ଚନ୍ଦକା ଶିଳ୍ପାଞ୍ଚଳରେ ରାସାୟନିକ କାରଖାନାରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌

ଡେସ୍କ: ଭୁବନେଶ୍ୱର ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରୁ ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଇନ୍ଫୋସିଟି ଥାନା ଅନ୍ତର୍ଗତ ଚନ୍ଦକା ଶିଳ୍ପାଅଞ୍ଚଳରେ ଥିବା ସିଭମ କେମିକାଲରୁ ବିଷାକ୍ତ ଗ୍ୟାସ ଲିକ ହୋଇଛି। ଲିକ ହେଉଥିବା ଗ୍ୟାସଟି ସୋଡିଅମ ହାଇପୋ କ୍ଲୋରାଇଡ ଗ୍ୟାସ ବୋଲି ଜଣାପଡିଛି। ଶନିବାର ସନ୍ଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ବିଷାକ୍ତ ଗ୍ୟାସ ଲିକ ହେଉଥିଲା।

ଗ୍ୟାସ୍‌ ଲିକ୍‌ ଆୟତ୍ତ କରିବାକୁ ୩ଟି ଅଗ୍ନିଶମ ଗାଡ଼ି ନିୟୋଜିତ କରାଯିବା ସହ ପଟିଆରୁ ଇନ୍‌ଫୋସିଟି ରାସ୍ତାକୁ ବନ୍ଦ ରଖାଯାଇଥିବା ପୁଲିସ ସୂଚନା ଦେଇଛି। ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଓ କଳ୍ପନା ଅଗ୍ନିଶମ ବାହିନୀ ସହ ଷ୍ଟ୍ରାଇକିଙ୍ଗ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ଆଡ଼ଭାନ୍ସ ରେସକ୍ୟୁ ଟେଣ୍ଡର, ହାଇ ମକ୍ସ୍ ଲାଇଟ, ଏୟାର ବ୍ଲୋୟର ଏବଂ ବିଏସ ସେଟ ବ୍ୟବହାର କରି ଗ୍ୟାସ ଲିକ ଆୟତ୍ତ କରାଯାଇଥିବା ସୂଚନା ମିଳିଛି।

Comments are closed.