www.samajalive.in
Saturday, December 6, 2025
19.1 C
Bhubaneswar

ବିଦ୍ୟାଳୟରେ ୨୫ ବସ୍ତା ଚାଉଳ ହେରଫେର; ଅଭିଯୋଗ ଆଣିଲେ ସ୍ଵଂୟ ସହାୟିକା ଗୋଷ୍ଠୀ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ଆଦର୍ଶ ବିଦ୍ୟାଳୟରେ ୨୫ ବସ୍ତା ଚାଉଳ ହେରଫେର ହୋଇଥିବା ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵଂୟ ସହାୟିକା ଗୋଷ୍ଠୀ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ଦାୟିତ୍ଵ ୩୧ ଡିସେମ୍ବର ୨୦୨୨ରୁ ଦାଦିକୁମ୍ପାର ପ୍ରତିଭା ସ୍ଵଂୟ ସହାୟିକା ଗୋଷ୍ଠୀ ଦାୟିତ୍ଵ ଗ୍ରହଣ କରି ସୁପରିଚାଳନା କରୁଛି। ଷ୍ଟୋର ରୁମର ଗୋଟିଏ ଚାବି ସ୍ଵଂୟ ସହାୟିକା ଗୋଷ୍ଠୀ ପାଖରେ ରହୁଥିବା ବେଳେ ଗୋଟିଏ ଚାବି ପ୍ରିନ୍ସିପଲ ପାଖରେ ରହେ। କିନ୍ତୁ ୧ ମାସ ହେବ ଆସିଥିବା ନୂତନ ପ୍ରିନ୍ସିପଲ୍ ସେମାନଙ୍କ ଅଜାଣତରେ ୨୫ ବସ୍ତା ଚାଉଳ ହେରଫେର କରିଥିବା ଅଭିଯୋଗ ହୋଇଛି। ପରେ ପ୍ରିନ୍ସିପଲ ଅନିଲ ସ୍ୱାଇଁକୁ ଯାଇ ସ୍ଵଂୟ ସହାୟିକା ଗୋଷ୍ଠୀ ପଚାରିବାରୁ ପ୍ରିନ୍ସିପଲ୍ କହିଥିଲେ ଯେ ଡାଲି, ତେଲ, ଲୁଣ ପରିବା, ଅଣ୍ଡା କଥା ତମେ ଵୁଝ, ଚାଉଳ କଥା ମୁଁ ବୁଝିବି ବୋଲି କହିବାରୁ ପ୍ରତିଭା ସ୍ଵଂୟ ସହାୟିକା ଗୋଷ୍ଠୀର ଅବମତି କହଁର, କୁନ୍ତଳା କହଁର, ସୁଲେଖା କହଁର,ସୁଭଦ୍ରା କହଁର, ପୁଷ୍ପାଞ୍ଜଳି କହଁର, ପରବାସୀ କହଁର ,ଗୋଲାପି ନାୟକ, ସୌଦାମିନୀ କହଁର, ସୁଲମତି କହଁର ପ୍ରମୁଖ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଏ ନେଇ ବିଇଓଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଅଭିଯୋଗ ଆସିଛି ତାହା ତଦନ୍ତ କରାଯିବ। ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଚାଉଳ ହେରଫେର ହୋଇ ନାହିଁ। ଜିଲ୍ଲାପାଳ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ବୋଲି ସ୍ଵଂୟ ସହାୟିକା ଗୋଷ୍ଠୀ ସଦସ୍ୟମାନେ ଦାବି କରିଛନ୍ତି।

୧୦ ଅକ୍ଟୋବରରରୁ ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବ ବୁଧଙ୍କ ରାଶି ପରିବର୍ତ୍ତନ..

ଦେଖନ୍ତୁ ଭିଡିଓ ; ଚଳନ୍ତା ଟ୍ରେନ୍‌ରେ ଚଢୁଥିଲେ, ଖସିପଡିଲେ, ତା’ପରେ..

- Advertisement -

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories