www.samajalive.in
Saturday, December 6, 2025
14.1 C
Bhubaneswar

ଛତିଶଗଡ଼ରେ ନକଲି ଷ୍ଟେଟ ବ୍ୟାଙ୍କ ଶାଖା ଠାବ

ରାୟପୁର: ବ୍ୟାଙ୍କରେ ବିଭିନ୍ନ ପ୍ରକାର ଜାଲିଆତି ହେଉଥିବାର ଘଟଣା ଗଣମାଧ୍ୟମର ଶିରୋନାମା ପାଲଟିଥାଏ। ତେବେ ଛତିଶଗଡରେ ଏଭଳି ଏକ ଘଟଣା ଘଟିଛି, ଯାହା କେବଳ ସାଧାରଣ ଲୋକ ନୁହନ୍ତି, ବରଂ ପୁଲିସକୁ ଚିନ୍ତାରେ ପକାଇଛି। ପ୍ରାୟ ୧୦ ଦିନ ପୂର୍ବେ ସାକ୍‌ତି ଜିଲା ଅନ୍ତର୍ଗତ ଛାପୋରା ଗ୍ରାମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ର ଏକ ଶାଖା ଖୋଲିଥିଲା। ଅନ୍ୟ ବ୍ୟାଙ୍କ ଭଳି ସେଠାରେ କାଉଣ୍ଟର, କମ୍ପ୍ୟୁଟର, ବ୍ୟାଙ୍କ ସମ୍ବନ୍ଧିତ କାଗଜପତ୍ର, ଗ୍ରାହକଙ୍କ ପାଇଁ ସୋଫା, ପାନୀୟ ଜଳ ପାଇଁ ୱାଟର ପ୍ୟୁରିଫାୟର ବ୍ୟବସ୍ଥା ରହିଥିଲା। କାର‌୍ୟ୍ୟ ପରିଚାଳନା ନିମନ୍ତେ ୬ ଜଣ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା। ବ୍ୟାଙ୍କ ଖୋଲିଥିବା ଦେଖି ଗ୍ରାମବାସୀ ଆନନ୍ଦିତ ହେବା ସହିତ ଜମାଖାତା ଖୋଲି ଟଙ୍କା ଜମା କରିବା ଆରମ୍ଭ କରିଦେଇଥିଲେ। ସେମାନଙ୍କୁ ମଧ୍ୟ ଅବିକଳ ରସିଦ ପ୍ରଦାନ କରାଯାଇଥିଲା। ଯେଉଁ ୬ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା, ସେମାନେ ମଧ୍ୟ ବ୍ୟାଙ୍କ ଚାକିରି ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଥିଲେ। ତେବେ ସେପ୍ଟେମ୍ବର ୨୭ରେ ନିକଟସ୍ଥ ଡାବ୍ରା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଅଚାନକ ଉକ୍ତ ବ୍ୟାଙ୍କ ପରିଦର୍ଶନ କରିବା ପରେ ଏହା ନକଲି ବୋଲି ଜାଣିବାକୁ ପାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସମୟରେ ତଥାକଥିତ ମ୍ୟାନେଜର ଚମ୍ପଟ ମାରିଥିଲେ। ୬ କର୍ମଚାରୀ ମଧ୍ୟ ଠକାମିର ଶିକାର ହୋଇଥିବା ଜଣାପଡିଥିଲା। ଦୁର୍ବୃତ୍ତମାନେ ନକଲି ଶାଖା ଖୋଲି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ରେଖା ସାହୁ, ମନ୍ଦିର ଦାସ ଓ ପଙ୍କଜ ନାମକ ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରୁଛି। ଅଭିଯୁକ୍ତମାନେ ସଙ୍ଗୀତା କନୱାର ନାମ୍ନୀ ଜଣେ ନବ ନିଯୁକ୍ତ କର୍ମଚାରୀଙ୍କଠାରୁ ଚାକିରି ଦେବା ଆଳରେ ୨.୫ ଲକ୍ଷ ଟଙ୍କା ନେଇଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories