www.samajalive.in
Saturday, December 6, 2025
17.1 C
Bhubaneswar

ନସରଲ୍ଲାର ଉତ୍ତରାଧିକାରୀ ସାଫିଦ୍ଦିନ ନିହତ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଘନେଇବାରେ ଲାଗିଛି। ଗତ ସପ୍ତାହରେ ହେଜବୋଲ୍ଲା ମୁଖ୍ୟ ହସନ ନସରଲ୍ଲା ଇସ୍ରାଏଲ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଥିବାବେଳେ ଗୁରୁବାର ଆଉ ଜଣେ ଟପ୍‌ ହେଜବୋଲ୍ଲା ଲିଡର ନିପାତ ହୋଇଛି। ସେ ହେଉଛି ହଶେମ ସାଫିଦ୍ଦିନ। ସାଫିଦ୍ଦିନ ନସରଲ୍ଲାର ଉତ୍ତରାଧିକାରୀ ବୋଲି କୁହାଯାଉଛି। ଅର୍ଥାତ ନସରଲ୍ଲା ନିହତ ହୋଇସାରିଥିବାବେଳେ ସାଫିଦ୍ଦିନ ସଂଗଠନର ମଙ୍ଗ ଧରିଥାଆନ୍ତା। କିନ୍ତୁ ହେଜବୋଲ୍ଲାକୁ ନିପାତ କରିବାକୁ ଇସ୍ରାଏଲ ଚଳାଇଥିବା ଅଭିଯାନରେ ତା’ର ମୃତ୍ୟୁ ଘଟିଛି। ଗୁରୁବାର ଲେବାନନର ବେରୁତ ସହରରେ ଇସ୍ରାଏଲ ପକ୍ଷରୁ ଘନ ଘନ ଏୟାରଷ୍ଟ୍ରାଇକ କରାଯାଇଥିଲା। ଏହି ଏୟାରଷ୍ଟ୍ରାଇକରେ ସାଫିଦ୍ଦିନ ପ୍ରାଣ ହରାଇଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories