ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ପଦ୍ମପୁର: ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାଙ୍ଗଣରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -୨୦୨୪” ଅନୁଷ୍ଠିତ ହୋଇଯାଇଛି। ପଦ୍ମପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ଚନ୍ଦ୍ରସେନ ଲିମାଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକ୍ ଗୋଷ୍ଠି ଶିକ୍ଷାଧିକାରୀ ହୃଷିକେଶ ରଥ ସଭାପତି, ରାଷ୍ଟ୍ରପତି ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ ମୂଖ୍ୟଅତିଥି, ପଦ୍ମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ  ପ୍ରକାଶ କଣ୍ଡାଗରୀ ସମ୍ମାନିତ ଅତିଥି ରୂପେ ଆସନ ଅଳଂକୃତ କରିଥିଲେ। ମୂଖ୍ୟ ଅତିଥି ମହୋଦୟ “ମାଟି ଓ ମା” ଏହି ଦୁଇଟି ଶବ୍ଦ ସମସ୍ତଙ୍କ ନିମନ୍ତେ ଅପରିହାର୍ଯ୍ୟ।ଏହି ଦୁଇଟି ଶବ୍ଦକୁ ଛାଡି କୌଣସି ମନୁଷ୍ୟ ନିଜ ଜୀବନର ପରିକଳ୍ପନା କରିପାରିବେ ନାହିଁ। ସମ୍ମାନିତ ଅତିଥି ମତବ୍ୟକ୍ତ କରିଥିଲେ , ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଂକ ଅନ୍ତର୍ନିହିତ ପ୍ରତିଭାର ବିକାଶ ହେବା ସହ ସେମାନଂକ ଚିନ୍ତନ ଶକ୍ତିର ବିକାଶ ହୋଈଥାଏ ବୋଲି ମତ ପୋଷଣ କରିଥିଲେ। ଶ୍ରୀ ଲିମା କହିଥିଲେ ଯେ, ଶୈକ୍ଷିକ କାର୍ଯ୍ୟକ୍ରମ ସହ ସହ-ଶୈକ୍ଷିକ କାର୍ଯ୍ୟକ୍ରମ ହେବା ଫଳରେ ଶିକ୍ଷାର୍ଥି ମାନଂକର ମନୋବଳ ଦୃଢ ହୋଈଥାଏ ଏବଂ ସେମାନେ ଭବିଷ୍ୟତରେ ନିଜକୁ ସମାଜରେ ପ୍ରତିଷ୍ଠା ଲାଭ କରିପାରିଥାନ୍ତି। ଏକ ବର୍ଣ୍ଣାଢମୟ ପରିବେଶ ମଧ୍ୟରେ ଆରମ୍ଭ ହୋଈଥିବା ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଆକର୍ଷଣ ଥିଲା ଓଡ଼ିଶାର ଲୋକକଳାରେ ସଜ୍ଜିତ ହୋଇଥିବା ମଞ୍ଚ। ମଞ୍ଚ ଉପରେ ସଜ୍ଜିତ ହୋଇଥିବା ବିଭିନ୍ନ ଲୋକକଳାର ନିଦର୍ଶନ ସମସ୍ତଂକ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ତଂକ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ବ୍ଲକର କଳା ଶିକ୍ଷକ  ଡି ଶିବା ଆଚାରୀ, ମହେନ୍ଦ୍ର ମହାପାତ୍ର ଏବଂ ଟୁରିଜିମ ଶିକ୍ଷକ ରଂଜିତ କୁମାର ପ୍ରଧାନଙ୍କ ଦ୍ବାରା ପ୍ରସ୍ତୁତ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମା ଏବଂ ଲେଖା ମଞ୍ଚକୁ ଏକ ନୂଆ ଦିଗ ଦର୍ଶନ ଦେଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କଳାକାର ସୋନାକ୍ଷୀ ବେହେରାଙ୍କ ଓଡିଶୀ ନୃତ୍ୟ ସମସ୍ତକୁ ମୋହିତ କରିଥିଲା। ବ୍ଲକ୍ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରାୟ ୧୨୦ ଜଣ ଶିକ୍ଷାର୍ଥୀ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ।

Comments are closed.