www.samajalive.in
Wednesday, December 10, 2025
15.1 C
Bhubaneswar

ଦିବ୍ୟାଙ୍ଗ ଜୁଆଙ୍ଗ ପିଲାଙ୍କୁ ପୋଷାକ ପ୍ରଦାନ  

ପାଟଣା: ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ତରଫରୁ ଘଟଗାଁ ବ୍ଲକର ସାନ୍ତରାପୁର ଗ୍ରାମ ପଂଚାୟତ ଅନ୍ତର୍ଗତ କୁଲାଡେରା ଗ୍ରାମର ଦିବ୍ୟାଙ୍ଗ ଜୁଆଙ୍ଗ ପିଲାମାନଙ୍କୁ ପୋଷାକ ଓ ଛାତ୍ରଛାତ୍ରୀ ମାନଙ୍କୁ ଫଳ ପୁଡିଆ ବଣ୍ଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷାଵିତ ପଦ୍ମନାଭ ନାୟକ ଓ ସମ୍ମାନିତ ଅତିଥି ରୂପେ ପ୍ରଧାନ ଶିକ୍ଷକ ନାରଦ ଜୁଆଙ୍ଗ ଯୋଗଦେଇ ୪ ଜଣ ଭିନ୍ନକ୍ଷମ ଜୁଆଙ୍ଗ ପିଲାଙ୍କୁ ପୋଷାକ ଓ ପାଖାପାଖି ୪୦ ଜଣ ଛୋଟ ଛୋଟ ପିଲାମାନଙ୍କୁ ସେଓ, କମଳା, ଅଙ୍ଗୁରୁ, ଡାଳିମ୍ବ, କଦଳୀ ଓ ନାଶପାତି ଥିବା ଫଳ ପୁଡିଆ ପ୍ରଦାନ କରିବା ସହିତ ୨୦ ଗୋଟି ଅଭାବି ପରିବାରକୁ ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶାରୀ ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କେନ୍ଦ୍ର ସଂଗଠକ ବାବାଜୀ ଚରମାନନ୍ଦ ଦାସ ପ୍ରତାପ ଓ କେନ୍ଦ୍ର ପରିଚାଳଳ ଅର୍ଜୁନ ଚରଣ ମହାନ୍ତ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଗୁରୁଚରଣ ମହାନ୍ତ ଓ ଭଗବାନ ବେହେରା, ନାରଦ ଜୁଆଙ୍ଗ ଓ ସରସ୍ବତୀ ଜୁଆଙ୍ଗ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories