www.samajalive.in
Tuesday, December 9, 2025
19.1 C
Bhubaneswar

ରାଜସ୍ୱ ମନ୍ତ୍ରୀଙ୍କ ଆହର କେନ୍ଦ୍ର ପରିଦର୍ଶନ

ସମ୍ବଲପୁର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ସମ୍ବଲପୁର ସହରର ଜେଲଖାନା ଛକ ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଗରିବ ଲୋକଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ କରିବା ସହିତ ଆହାର କେନ୍ଦ୍ର ପରିଦଶ୭ନ କରି ଖାଇବାକୁ ଆସୁଥିବା ଜନତାଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଛନ୍ତି। ଏଥି ସହ ଆହାର କେନ୍ଦ୍ର ପରିଚାଳନା କରୁଥିବା ମହିଳା ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଆହାର କେନ୍ଦ୍ରରେ ଅଧିକ ସ୍ୱଚ୍ଛତା ଅବଲମ୍ବନ କରିବା, ଖାଇବା ସଂଖ୍ୟା ଆହୁରୀ ବୁୃଦ୍ଧି ତଥା ଲୋକେ ଯେମିତି ପେଟ ପୁରା ଖାଦ୍ୟ ଖାଇବେ ଓ ଖାଦ୍ୟ ଯେଭଳି ନଷ୍ଟ ନ ହେବ ସେଥି ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ସାଧାରଣ ଜନତାଙ୍କ ପରି ଧାଡିରେ ଛିଡା ହୋଇ ଟିକେଟ କାଟିବା ସହିତ ଧାଡିରେ ଖାଦ୍ୟ ସଂଗ୍ରହ କରିଥିଲେ। ଏହା ପରେ ସାଧାରଣ ଜନତାଙ୍କ ସହିତ ଅନ୍ନ ଗ୍ରହଣ ପରେ ଥାଳିକୁ ନିଜେ ଧୋଇ କେନ୍ଦ୍ରରେ ପ୍ରଦାନ କରିଥିଲେ। ଏହା ପରେ ଆହାର କେନ୍ଦ୍ରକୁ ବୁଲି ମନ୍ତ୍ରୀ ଶ୍ରୀ ପୂଝାରୀ ଦେଖିଥିଲେ। ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ଶ୍ରୀ ପୁଜାରୀ ପୂର୍ବରୁ ମଧ୍ୟ ଏଭଳି ଅଚାନକ ଗସ୍ତ ତହସିଲଦାର କାର୍ଯ୍ୟାଳୟକୁ ଗସ୍ତ କରି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ।

 

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories