ଭେଜାଲ ସାମଗ୍ରୀ କବଳରେ କଟକ, ସନ୍ଦେହରେ ପୁଲିସ ଓ ସିଏମସିର ଭୂମିକା

ଡ଼େସ୍କ: କଟକ ଜଗତପୁରରୁ ପୁଣି ଠାବ ହେଲା ନକଲି ଖାଇବା ଘିଅ କାରଖାନା। ସ୍ଥାନୀୟ ନୂଆ ଶିଳ୍ପାଞ୍ଚଳ ଭିତରୁ ନକଲି ଘିଅ କାରଖାନାକୁ ଠାବ କଲା ଜଗତପୁର ଥାନା ପୋଲିସ। ବାଲଗୋପାଲ ଓ ନିର୍ମାଲ୍ୟ ନାମକ ଦୁଇଟି ବ୍ରାଣ୍ଡର ଘିଅ ଏହି କମ୍ପାନୀରୁ ଜବତ ହୋଇଛି। ପୋଲିସ ଏହି କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଥିବା ବେଳେ ମାଲିକ ଫେରାର ହୋଇଯାଇଛି। ଚଢାଉ ସମୟରେ ସେହି କମ୍ପାନୀରୁ ବିପୁଳ ପରିମାଣର ନକଲି ଘିଅ ସହିତ ଘିଅ ପ୍ରସ୍ତୁତିରେ ବ୍ୟବହାର କରାଯାଉ ଥିବା କଞ୍ଚାମାଲ ବି ଜବତ ହୋଇଛି। ପ୍ରାୟ ୬ ମାସ ଧରି ଏହି କମ୍ପାନୀ ଏଠାରେ ଚାଲୁଥିଲା ଏବଂ ଏଠାରୁ ପ୍ରସ୍ତୁତ ହେଉ ଥିବା ନକଲି ଘିଅକୁ ବଜାରକୁ ଛଡା ଯାଉଥିଲା। ତେବେ ଏହି କମ୍ପାନୀକୁ ସିଲ କରିବା ସହ ଜବତ ହୋଇଥିବା ନକଲି ଘିଅ ନମୁନାକୁ ଯାଞ୍ଚ ପାଇଁ ପଠାଯାଇଛି।


ଗତ କିଛିଦିନ ହେବ କଟକ ସହର ମଧ୍ୟରୁ ଓ ଜଗତପୁର ଶିଳ୍ପାଞ୍ଚଳଋ କେତେକ ସ୍ଥାନରୁ ନକଲି ସାମଗ୍ରୀ ଜବତ ହେବାରେ ଲାଗିଛି। ଭେଜାଲ ସାମଗ୍ରୀ ପ୍ରସ୍ତୁତ ହେଉଥିବା କିଭଳି ପୁଲିସ କି ସିଏମସି ଜାଣିପାରୁନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୂର୍ବରୁ ପୁଲିସ ସହରର ଅନେକ ସ୍ଥାନରେ ଚଢାଉ କରି ନକଲି ସାମଗ୍ରୀ ଜବତ କରିଥିବା ବେଳେ ଜଗତପୁର ପୁଲିସ ୬ ମାସ ହେବ ଚାଲିଥିବା ନକଲି ଘିଅ କାରଖାନା ସମ୍ପର୍କରେ ଟେର ନ ପାଇବା ପଛର କାରଣ କଣ ତାହା ଜଣା ପଡୁନାହିଁ। ଅନ୍ୟପକ୍ଷରେ କଟକ ମହାନଗର ନିଗମର ଅଧିକାରୀ ଏ ସମ୍ପର୍କରେ ଜାଣି ନ ପାରିବା ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

Comments are closed.