ଶିକରପାଇ ବିଦ୍ୟାଳୟକୁ ପୁନଶ୍ଚ ପୃଥିବୀ ପୁରସ୍କାର

କଲ୍ୟାଣସିଂହପୁର: ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀରେ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକରପାଇ ପୁନଶ୍ଚ ପୃଥିବୀ ପୁରସ୍କାର ହାସଲ କରିଛି। ଏହି ପୁରସ୍କାର ଓଡ଼ିଶାରୁ ମାତ୍ର ତିନିଗୋଟି ବିଦ୍ୟାଳୟକୁ ଚୟନ କରାଯାଇ ପୁରସ୍କୃତ କରାଯାଇଛି।ସେହି ବିଦ୍ୟାଳୟ ଗୁଡିକ ହେଉଛି କେନ୍ଦ୍ରାପଡା ଜିଲ୍ଲାର ବଳଭଦ୍ରପୁରରେ ଥିବା ବାଲୁଙ୍କେଶ୍ଵର ନୋଡାଲ୍ ବିଦ୍ୟାପୀଠ, ସୁନ୍ଦରଗଡ ଜିଲା କୁତରାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଶିକରପାଇ। କେନ୍ଦ୍ର ପରିବେଶ ଶିକ୍ଷାକେନ୍ଦ୍ର, ଜଙ୍ଗଲ ଓ ପରିବେଶ ବିଭାଗ ଓଡ଼ିଶା ସରକାରଙ୍କୁ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ପରିବା ଚାଷ, ଔଷଧୀୟ ବଗିଚା, ଜୈବିକ ଖତ ପ୍ରସ୍ତୁତ, ବୃକ୍ଷରୋପଣ କାର୍ଯ୍ୟକ୍ରମ, ପରିବେଶ ଦିବସ ପାଳନ, ଶକ୍ତି ସଂରକ୍ଷଣ, ପ୍ଲାଷ୍ଟିକ ପୁନଃ କରଣ, ଚଢ଼େଇ ପାଇଁ ଦିନଟିଏ, ବୃକ୍ଷକୁ ରକ୍ଷା ବନ୍ଧନ ଉତ୍ସବ ପାଳନ, ମାଁ ପାଇଁ ଗଛଟିଏ, ପ୍ରକୃତି ମିତ୍ର ପୁରସ୍କାର, ବନମହୋତ୍ସବ ସପ୍ତାହ, ଆଦ୍ର ଦିବସ ପାଳନ, ବିଶ୍ଵ ହାତୀ  ଦିବସ ପାଳନ, ଜନ୍ମଦିନରେ ବୃକ୍ଷର ଉପହାର, ଅଳିଆ ଆବର୍ଜ୍ଜନାରୁ ସୁନ୍ଦର ଉପକରଣ ପ୍ରସ୍ତୁତ, ଫୁଲ ବଗିଚା କରି ଓଡ଼ିଶାରେ ଚର୍ଚ୍ଚିତ ହୋଇଛନ୍ତି। ଏହି ପୁରସ୍କାର ପାଇବା ପାଇଁ ଭାରପ୍ରାପ୍ତ ଇକୋ କ୍ଲବ ଶିକ୍ଷକ ତାପସ କୁମାର ଦଳାଇ ଓ ଦଶମ ଶ୍ରେଣୀର ଛାତ୍ର ଦୀପକ ନାହକଙ୍କ ସମେତ ନବମ ଶ୍ରେଣୀର ଛାତ୍ର ସିଦ୍ଧୁ ବିଶୋଇ। ଭୁବନେଶ୍ବରର ସ୍ୱସ୍ତୀ ପ୍ରିମିୟମ ହୋଟେଲରେ ଆଡ଼ମ୍ବର ସମାରୋହରେ ସେହି ପ଼ୁରସ୍କାର ପ୍ରଦାନ କରାଯାଇଛି।

Comments are closed.