www.samajalive.in
Saturday, December 13, 2025
26.1 C
Bhubaneswar

ଲଗାତର ବଢୁଛି ସୁନା ଋଣ, ଚିନ୍ତାରେ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ସୁନା ଋଣ ନେଉଥିବା ଲୋକଙ୍କ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ଏପରିକି ଏହା ରିଜର୍ଭ ବ୍ୟାଙ୍କକୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି । ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀମାନଙ୍କ ଦ୍ବାରା ସୁନା ଋଣ ଦେବାରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୈମାସିକରେ ସୁନା ଋଣ ମଞ୍ଜୁରି ୨୬ ପ୍ରତିଶତ ଓ ମାର୍ଚ୍ଚ ତ୍ରୈମାସିକରେ ୩୨ ପ୍ରତିଶତ ବୃଦ୍ଧି ହୋଇଛି । ଏହି ସମୟରେ ସମୁଦାୟ ୭୯,୨୧୭ କୋଟି ଟଙ୍କାର ଋଣ ରାଶି ଜାରି କରାଯାଇଛି । ଏପ୍ରିଲ-ଜୁନ୍ ୨୦୨୩ ସମୟରେ ଏହି ବୃଦ୍ଧି ୧୦ ପ୍ରତିଶତ ଥିଲା । ସୋମବାର ରିଜର୍ଭ ବ୍ୟାଙ୍କ କହିଥିଲା କି ସୁନା ଋଣ ଦେଉଥିବା ଅନେକ ସଂସ୍ଥାର କାର୍ଯ୍ୟରେ ଅନିୟମିତତା ସାମ୍ନାକୁ ଆସିଛି ଏବଂ ସମସ୍ତଙ୍କୁ ଏଥିରେ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ରହିଛି । ଋଣର ଉତ୍ସରେ ମୂଲ୍ୟାଙ୍କନ ଓ ତୃତୀୟ ପକ୍ଷର ଅଭାବ, ଗ୍ରାହକଙ୍କ ଅନୁପସ୍ଥିତିରେ ସୁନାର ମୂଲ୍ୟାଙ୍କନ, ଅପର୍ଯ୍ୟାପ୍ତ ଯାଞ୍ଚ ଓ ଅଳଙ୍କାରର ନିଲାମୀ ସମୟରେ ପାରଦର୍ଶିତାର ଅଭାବ ଭଳି ସମସ୍ୟା ଦେଖିବାକୁ ମିଳିଛି । ଏଥିରେ ସୁଧାର ଆଣିବାକୁ ରିଜର୍ଭ ବ୍ୟାଙ୍କ କଡା ନିର୍ଦ୍ଦେଶ ଦେଇଛି ।

ସେପ୍ଟେମ୍ବରରେ ୨୦.୬୪ ଲକ୍ଷ କୋଟି ଟଙ୍କାର ନେଣଦେଣ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories