www.samajalive.in
Sunday, December 14, 2025
15.1 C
Bhubaneswar

କଟକ ଗ୍ରାମାଞ୍ଚଳ ଏସପି ଭାବେ ଯୋଗଦେଲେ ପ୍ରତୀକ ସିଂହ

ଡ଼େସ୍କ: କଟକ ଗ୍ରାମାଞ୍ଚଳ ଅରକ୍ଷୀ ଅଧିକ୍ଷକ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ୨୦୧୪ ବ୍ୟାଚ ଆଇପିଏସ ଅଧିକାରୀ ପ୍ରତୀକ ସିଂହ। କଟକ ଗ୍ରାମଞ୍ଚଳର ବିଦାୟୀ ଏସପି ଏଲ୍ ଦିବ୍ୟା ଭିଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ। ପୂର୍ବରୁ ସେ କଟକ ଓ ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରିଛନ୍ତି। ସେ କମିଶନରେଟ ପୋଲିସରେ କଟକ ଡ଼ିସିପି ଭାବେ ୨୦୨୦ ମସିହା ଜୁଲାଇ ୨୦ ତାରିଖରୁ ୨୦୨୨ ମସିହା ମେ ୪ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ପରେ ସେ ୨ ବର୍ଷ ୫ ମାସ ଧରି ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ ମାମଲାରେ ଛନ୍ଦି ହୋଇ ଥିବା ପ୍ରତୀକଙ୍କୁ ଗୃହ ବିଭାଗ କଟକ ଗ୍ରାମାଞ୍ଚଳ ଅରକ୍ଷୀ ଅଧିକ୍ଷକ ଭାବେ ବଦଳି କରିଥିଲା. ତେବେ କଟକ ଜିଲ୍ଲା ପୋଲିସ ହେଉଛି ରାଜ୍ୟ ସର୍ବପୁରାତନ ପୋଲିସ ଜିଲ୍ଲା। କଟକ ଜିଲ୍ଲାବାସୀଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇବା ତାଙ୍କର ପ୍ରଥମ କାର୍ଯ୍ୟ ହେବ ବୋଲି ପ୍ରତୀକ ସିଂ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories