www.samajalive.in
Monday, December 8, 2025
27.1 C
Bhubaneswar

ମୁଖ କର୍କଟ ଜଣାଇବ ଏହି ବ୍ରଶ୍‌; ଖୁବ୍‌ ଶୀଘ୍ର ଆସିବ ମାର୍କେଟକୁ, ଦାମ୍‌ ଏତିକି..

ନୂଆଦିଲ୍ଲୀ : ଭାରତ ସମେତ ସାରା ଦୁନିଆରେ ମୁଖ କର୍କଟ ଏକ ବିରାଟ ସମସ୍ୟା ପାଲଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ୨୦୨୦ରେ ପ୍ରାୟ ୧,୭୭,୭୫୭ ଲୋକେ ଏଥିରେ ପ୍ରାଣ ହରାଇଛନ୍ତି। ଭାରତରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ହେବାର କାରଣ,ଏଠାକାର ଲୋକେ ଗୁଟ୍‌ଖା ଆଦିର ସେବନ ଅଧିକ କରି ଥାଆନ୍ତି। ସଠିକ୍‌ ସମୟରେ ଏହି ରୋଗ ଜଣାପଡିଗଲେ, ଏହାର ଚିକିତ୍ସା କରାଯାଇ ପାରିବ।

ଆଇଆଇଟି କାନପୁର ଏଭଳି ଏକ ଡିଭାଇସ୍‌ ତିଆରି କରିଛି, ଯାହା ସାହାଯ୍ୟରେ ଆରମ୍ଭରୁ ହିଁ ମୁଖ କର୍କଟ ବିଷୟରେ ଜଣା ପଡିଯିବ। ଏହି ଡିଭାଇସ୍‌ ଡିସେମ୍ବର ୨୦୨୪ ବେଳକୁ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଆଇଆଇଟି ଏହି ଟେକ୍ନୋଲୋଜିକୁ ଏକ କମ୍ପାନୀକୁ ସ୍ଥାନାନ୍ତର କରିଛି । ଯେ କି ଏହାକୁ ବ୍ରଶ ଆକୃତିରେ ତିଆରି କରି ମାର୍କେଟରେ ଲଞ୍ଚ କରିବେ । ଏହାର ନାମ ‘ମୁଖ ପରୀକ୍ଷକ’ (Munh Parikshak) ରଖାଯାଇଛି।

- Advertisement -

ଏହି ଡିଭାଇସ୍‌କୁ ପ୍ରଫେସର ଜୟନ୍ତ କୁମାର ସିଂହ ତିଆରି କରିଛନ୍ତି। ଯେ କି ଆଇଆଇଟି କାନପୁରରେ ରସାୟନ ଇଞ୍ଜିନିୟରିଂ ବିଭାଗରେ ବରିଷ୍ଠ ବୈଜ୍ଞାନିକ । ଆଇଆଇଟି କାନପୁର ସହରର ପ୍ରାୟ ୩ ହଜାର ଲୋକଙ୍କ ଉପରେ ଏହି ଡିଭାଇସ୍‌ ଦ୍ୱାରା ପରୀକ୍ଷଣ କରିଛି । ଏଥିରେ ସ୍କୁଲ ଲୋକେ, ହସ୍ପିଟାଲ କର୍ମଚାରୀ ଓ କାରଖାନାରେ କାମ କରୁଥିବା ଶ୍ରମିକ ସାମିଲ ରହିଛନ୍ତି ।
ପ୍ରଫେସର ଜୟନ୍ତ କୁମାର ସିଂହଙ୍କ ମତାନୁସାରେ ପ୍ରଥମ ପର୍ଯ୍ୟାୟରେ ମୁଖ କର୍କଟ ଜଣାପଡିଗଲେ, ଏହି ରୋଗକୁ ବହୁ ମାତ୍ରାରେ ରୋକିବା ସମ୍ଭବ ହୋଇପାରେ । ଦେଶରେ ଅଧିକାଂଶ ଲୋକଙ୍କୁ ଏହି ରୋଗ ବିଷୟରେ ୨ୟ କିମ୍ବା ୩ୟ ପର୍ଯ୍ୟାୟରେ ଜଣାପଡିଥାଏ । ଫଳରେ ଚିକିତ୍ସା କରିବା ଅସମ୍ଭବ ହୋଇଯାଏ । ତେଣୁ ବ୍ରଶ ଆକାରର ଏହି ଡିଭାଇସ୍‌ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇପାରେ।

ପ୍ରଫେସର ଜୟନ୍ତ ଏହା ମଧ୍ୟ କହିଛନ୍ତି, ଏହା ଏକ ସାଧାରଣ ଉପକରଣ ଯାହା ଧଳା ଏବଂ ଫ୍ଲୋରୋସେଣ୍ଟ୍ ଆଲୋକ ବ୍ୟବହାର ହୋଇଥାଏ । ଏହାକୁ ସ୍ମାର୍ଟଫୋନ୍, ଟାବଲେଟ୍, ଆଇପ୍ୟାଡ୍ ଭଳି ଗ୍ୟାଜେଟ୍ ସହିତ ସଂଯୋଗ କରାଯାଇପାରିବ। ଏଥିରେ ପାୱାର ବ୍ୟାକଅପ୍ ଅଛି ଏବଂ ଟ୍ରାକିଂ ଏବଂ ଡାଟା ମଧ୍ୟ ଗଚ୍ଛିତ କରେ। ଏହି ଡିଭାଇସ୍ କ୍ଲିନିକାଲ୍ ସେଟିଂରେ ୯୦ ପ୍ରତିଶତ ସଠିକତା ଦେଇପାରେ। ଏହା ବ୍ୟବହାର କରିବା ନିରାପଦ। ଏହି ବ୍ରଶ୍ କର୍କଟ ଟିସୁ ଏବଂ ସାଧାରଣ ଟିସୁ ମଧ୍ୟରେ ପାର୍ଥକ୍ୟ ଜଣାଇଥାଏ। ଏହା ମାଧ୍ୟମରେ ଗାଲ, ଜିଭ ଏବଂ ପାଟି ପରୀକ୍ଷା କରାଯାଇପାରିବ।

ବର୍ତ୍ତମାନ ଏହି ଡିଭାଇସ୍‌ର ଦାମ୍‌ ଏବେ ସ୍ଥିର କରାଯାଇ ନାହିଁ । ମାତ୍ର ଏହାର ଦାମ୍‌ ଏକ ରୁ ଦୁଇ ଲକ୍ଷ ଟଙ୍କା ବୋଲି ଆଶା କରାଯାଉଛି । ଏଥିରେ ଏପରି ଉପକରଣ ବ୍ୟବହାର କରାଯାଇଛି, ଯାହା ବିଦେଶରୁ ଆମଦାନୀ କରିବାକୁ ପଡିଛି । ଗୋଟିଏ ଡିଭାଇସ୍‌ରେ ପ୍ରାୟ ୫ ଲକ୍ଷ ରୋଗୀଙ୍କୁ ପରୀକ୍ଷା କରାଯାଇପାରିବ ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories