www.samajalive.in
Monday, December 8, 2025
27.1 C
Bhubaneswar

ପଞ୍ଚକ ଓ ବଡଓଷା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ: ଆଠଗଡ ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପବିତ୍ର ପଞ୍ଚକ ଓ ବଡଓଷା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାବା ଧବଳେଶ୍ୱରଙ୍କ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଆସନ୍ତା ମାସ ୧୨ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଚକ ଓ ବଡଓଷା ଯାତ୍ରା ପାଳନ କରାଯିବ। ପ୍ରଥମ ପଞ୍ଚକ ଦିନ ବାବା ଧବଳେଶ୍ୱର ମହାପ୍ରଭୁ ଚନ୍ଦ୍ରଚୂଡ଼ ବେଶ, ଦ୍ଵିତୀୟ ଦିବସରେ ବଡ଼ସିଂହାର ବେଶ, ତୃତୀୟ ଦିବସ ଦିନ ହରିହର ବେଶ ଏବଂ ଚତୁର୍ଥ ଦିବସ ଦିନ ଯୋଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ୧୩ ତାରିଖ ମନ୍ଦିରରେ ବଡଓଷା ଏବଂ ୧୪ ତାରିଖ ଦିନ ଗ୍ରାମାଂଚଳରେ ବଡ଼ଓଷା ପାଳନ କରାଯିବ। ଆଜିର ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଶ୍ରୀ ଭାଉସାହେବ ଶିନ୍ଧେ ବିଶେଷ କରି ପ୍ରତ୍ୟହ ମହାପ୍ରଭୁଙ୍କ ନୀତିକ୍ରାନ୍ତି କିପରି ଭଲଭାବରେ କରାଯିବ, ସ୍ୱାସ୍ଥ୍ୟ ଏବଂ ପରିମଳ, ସଫେଇ, ପଲିଥିନ ବ୍ୟବହାର ନିଷେଧ, ରାସ୍ତା ଘାଟ, ବୋଟ ଚଳାଚଳ, ଆଲୋକୀକରଣ, ପାନୀୟଜଳ, ପରିବହନ, ସୂଚନା କେନ୍ଦ୍ର ଓ ସୂଚନା ପ୍ରସାରଣ, ନେଟୱାର୍କର ସୁବିଧା, ଗମାନାଗମନ ଆଦି ଉପରେ ସବିଶେଷ ଆଲୋଚନା କରିବା ସହ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories