www.samajalive.in
Monday, December 8, 2025
20.1 C
Bhubaneswar

ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲେ ସ୍ଵେଚ୍ଛାସେବୀ

ଗଞ୍ଜାମ: ଗଞ୍ଜାମ ସହରର ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ପଶ୍ଚିମବଙ୍ଗର ଜଣେ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସାର ସପ୍ତାହେ ପରେ ପୁଲିସ ଉପସ୍ଥିତିରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।

ପ୍ରକାଶଯୋଗ୍ୟ ଯେ, ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲାର ହବୀପୁର ଥାନା ଅନ୍ତର୍ଗତ ଦୁଲ୍ଲା କୁମାରପଡା ଗ୍ରାମର ବାଦଲ ହାଂସଦା ହାଇଦ୍ରାବାଦରେ ଶ୍ରମିକ ଭାବେ କାମ କରୁଥିଲେ। ନିଜ ଗ୍ରାମକୁ ଫେରୁଥିବାବେଳେ ଟ୍ରେନରେ ଲୁଟ୍ ଓ ଆକ୍ରମଣର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଗତ ୨୭ତାରିଖ ଦିନ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବାବେଳେ ସେହି ଛକରେ ଗ୍ୟାରେଜ କରିଥିବା ଚିକୁ ଜେନା ଦେଖି ସ୍ଥାନୀୟ ଇକୋ ୱାରିୟର ସ୍ଵେଚ୍ଛାସେବୀମାନଙ୍କୁ ଖବର ଦେଇଥିଲେ। ଖବର ପାଇ ପ୍ରଭାତ ବିଶ୍ୱାଳ, ସମରେଶ ପ୍ରଧାନ, ଦୁର୍ଗା ମାଧବ ପାଣିଗ୍ରାହୀ, ସଞ୍ଜୟ ସ୍ୱାଇଁ, ପ୍ରଭାତ ସାହୁ, କରୁଣା ରେଡ୍ଡୀ, ବିଲୁ ବେହେରା ପହଞ୍ଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଆହତ ବ୍ୟକ୍ତିଜଣକ ନିଜର ପରିଚୟ, ଠିକଣା କହିବାକୁ ସକ୍ଷମ ହୋଇପାରି ନ ଥିଲେ। ଇତି ମଧ୍ୟରେ ହବିପୁର ଥାନା ସହ ଫୋଟୋ ପଠାଇ ଯୋଗାଯୋଗ କରିଥିଲେ ଇକୋ-ୱାରିଅର ଟିମ୍। ଲଗାତର ଚିକିତ୍ସା ଦ୍ଵାରା ଚାରିଦିନ ପରେ ଯୁବକ ନିଜ ଗାଁର ନାମ କହିଥିଲେ ମଧ୍ୟ ଆଉ କିଛି କହିପାରି ନ ଥିଲେ। ପୁଣି ପୁଲିସ ସହ ଯୋଗାଯୋଗ ପରେ ତାଙ୍କ ପରିବାର ସହ ଯୋଗାଯୋଗ ସମ୍ଭବ ହୋଇପାରିଥିଲା। ଗୁରୁବାର ତାଙ୍କ ଶାଳକ ଶୈଳେନ୍ ମୁର୍ମୁ, ପତ୍ନୀ ସରଲା ବେସ୍ରା ଗଞ୍ଜାମରେ ପହଞ୍ଚିଥିଲେ। ପରେ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ର, ସେକେଣ୍ଡ ଅଫିସର ସୁପ୍ରଭା ସାହୁଙ୍କ ଉପସ୍ଥିତିରେ ଏକ ସପ୍ତାହ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ବ୍ରହ୍ମପୁର ଷ୍ଟେସନରେ ଟ୍ରେନରେ ବସାଇଥିଲେ ଇକୋ-ୱାରିଅର ଟିମ୍।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories