www.samajalive.in
Sunday, December 14, 2025
15.1 C
Bhubaneswar

ଦାୟିତ୍ଵ ନେଲେ ଏସିପି ଉମା ଶଙ୍କର ଦାସ ଓ ଡିସିପି ପିନାକ ମିଶ୍ର

ଭୁବନେଶ୍ଵର: ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେଇ ସମଗ୍ର ଦେଶରେ ନିନ୍ଦିତ ହୋଇଥିବା କଟକ-ଭୁବନେଶ୍ଵର କମିଶନରେଟ୍‌ ପୁଲିସରେ ଆମୂଳଚୁଳ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ମାଝୀ ସରକାର। କମିଶନରଙ୍କ ସମେତ କେତେକ ପୁଲିସ ଅଧିକାରୀଙ୍କୁ ହଟାଇ ଦିଆଯିବା ପରେ ନୂଆ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ଦାୟିତ୍ଵ ଗ୍ରହଣ ପରେ ଗୁରୁବାର ଆଉ ଦୁଇ ଜଣ ପୁଲିସ ଅଧିକାରୀ ଅତିରିକ୍ତ ପୁଲିସ କମିଶନର ଉମା ଶଙ୍କର ଦାସ ଓ ଡିସିପି ପିନାକ ମିଶ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି। କମିଶନରେଟ୍‌ ପୁଲିସ ମୁଖ୍ୟାଳୟରେ ଉଭୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ ପରେ ସେମାନଙ୍କୁ କମିଶନରେଟ୍‌ ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇଛି। ପାର୍ବଣ ଋତୁରେ କଟକ ଭୁବନେଶ୍ଵରକୁ ଅପରାଧମୁକ୍ତ କରିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଉପରେ ପ୍ରାଥମିକତା ଦିଆଯିବ ବୋଲି ଦୁଇ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories