ସାଂସଦଙ୍କୁ ଭେଟି ଦାବି ଜଣାଇଲା ପାଟଣା-ସାହାରପଡା ବିକାଶ ପରିଷଦ ପ୍ରତିନିଧି ଦଳ
ପାଟଣା : ପାଟଣାକୁ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିଥିବା ବେଳେ ବୁଧବାର ଏହି ଦାବି ନେଇ ପାଟଣା ସାହାରପଡା ବିକାଶ ପରିଷଦର ୫ ଜଣିଆ ପ୍ରତିନିଧି ଦଳ କେନ୍ଦୁଝର ସାଂସଦ ଅନନ୍ତ ନାଏକଙ୍କୁ ଭେଟି ଦାବି ସମ୍ବନ୍ଧୀୟ ପତ୍ର ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ସର୍ବଶ୍ରୀ ଅଜୟ କୁମାର ଦାଶ, ଯୁଗଳ କିଶୋର ଦାଶ, ଲକ୍ଷ୍ମଣ କୁମାର ଦାଶ, ସରୋଜ କୁମାର ମିଶ୍ର ଓ ଦୁର୍ଗାଚରଣ ନାୟକ ପ୍ରମୁଖ ସାମିଲ ଥିଲେ। ସାଂସଦ ଶ୍ରୀ ନାଏକ ଦାବିପତ୍ର ଗ୍ରହଣ କରି ସେ ତାଙ୍କ ତରଫରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି।
Comments are closed.