www.samajalive.in
Friday, December 12, 2025
26.1 C
Bhubaneswar

କୋରଙ୍ଗାରେ ଅବକାରୀ ଚଢାଉ: ୯୪୫ ଲିଟର ମଦ, ୯୩୪୫ ଲିଟର ପୋଚ ସହ କାର ଜବତ

ଆଠଗଡ: କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ପାର୍ବଣକୁ ଦୃଷ୍ଟିରେ ରଖି ଆଠଗଡ ଅଞ୍ଚଳରେ ବେଆଇନ ଦେଶୀମଦ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ  ଅବକାରୀ ଚଢାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସକାଳେ କୋରଙ୍ଗା ଗ୍ରାମରେ ଆଠଗଡ ଅବକାରୀ ଓ କଟକ ଅବକାରୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ସେଠାରେ ଏକାଧିକ ବେଆଇନ ଭାଟି ଉପରେ ଚଢାଉ କରି ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୯୩୪୫ ଲିଟର ଗୁଡମିଶ୍ରିତ ପୋଚ ଏବଂ ଚାଲାଣ ପାଇଁ ଥିବା ସଦ୍ୟ ପ୍ରସ୍ତୁତ ୯୪୫ ଲିଟର ଦେଶୀମଦ ଜବତ କରାଯାଇଥିଲା । ବାହାରକୁ ଚାଲାଣ ପାଇଁ ମଦ ବୋଝେଇ ହୋଇଥିବା ଏକ ନମ୍ବର ବିହୀନ କାରକୁ ମଧ୍ୟ ଜବତ କରାଯାଇଛି । ତେବେ ମଦ ମାଫିଆ ଅବକାରୀ ଗାଡିଗୁଡିକୁ ଦୂରରୁ ଦେଖି ଫେରାର ହୋଇଯାଇଥିବାରୁ କାହାରିକୁ ଗିରଫ କରାଯାଇ ପାରି ନ ଥିଲା। ଏ ସମ୍ପର୍କିତ ୩ଟି ମାମଲା ରୁଜୁ ହୋଇଥିବା ବିଭାଗ ସୂତ୍ରରୁ ପ୍ରକାଶ।  ଏହି ଚଢାଉରେ ଆଠଗଡ ଅବକାରୀ ଉପଅଧୀକ୍ଷକ ନିମାଇଁ ଚରଣ ସିଂହ, ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଅବକାରୀ ଗୁଇନ୍ଦା ନିରୀକ୍ଷକ ଧୀରେନ କୁମାର ବେହେରା, ଆଠଗଡ ଉପନିରୀକ୍ଷକ ଅରୁଣ କୁମାର ଭୋଇଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories