ଭୁବନେଶ୍ୱର : ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ଉଦ୍ବେଗ ପ୍ରକାଶ କରି କହିଛନ୍ତି, ଛତୁଆ ବଦଳରେ ଏବେ ମାଣ୍ଡିଆ ଦେବା ପାଇଁ ବିଭାଗ ଚିନ୍ତା କରୁଛନ୍ତି । ସବୁଆଡେ ଛତୁଆ ନୁହେଁ ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ। ଏହାସହ ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି, ଆଗକୁ କେଳେଙ୍କାରୀ ହେବନି। ପୁଷ୍ଟିକର ଛତୁଆ ପ୍ରସ୍ତୁତ ପାଇଁ କନ୍କ୍ଲେଭ ହେବ, ଅନୁଭବୀ ନିଷ୍ପତ୍ତି ନେବେ। ଅପପୁଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଛତୁଆ ବଦଳରେ ମାଣ୍ଡିଆ; ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ- ଉପମୁଖ୍ୟମନ୍ତ୍ରୀ
Popular Categories



