www.samajalive.in
Tuesday, December 9, 2025
16.1 C
Bhubaneswar

ଏକଲ ଅଭିଯାନ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା 

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦୁଆପଡ଼ା ଖେଳ ପଡିଆ ଓ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଏକଲ ଅଭିଯାନ ବ୍ଲକ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଦ୍ମନୀ ମହାନ୍ତ, ସ୍ଥାନୀୟ ସରପଞ୍ଚ ସୁଲେଖା ନାଏକ, ଜିଲ୍ଲା ଅଭିଯାନ ପ୍ରମୁଖ ସୁଲୋଚନା ମହାରଣା, ସଭାପତି ମୋଚିରାମ ସାହୁ ସାମିଲ ହୋଇଥିଲେ । ସୁଧାଂଶୁ ଶେଖର ସାହୁ, ଅନୀଲ କୁମାର ସାହୁ, ଶିକ୍ଷକ ଯୋଗେନ୍ଦ୍ର ମହାନ୍ତ ଓ କୂଳମଣି ସାହୁ ମଞ୍ଚ ପରିଚାଳନା କରିଥିଲେ । ସେହିପରି କେନ୍ଦୁପଡା ଖେଳ ପଡିଆରେ ୨୮ଟି ଏକଲ ବିଦ୍ୟାଳୟରୁ  ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସଭାପତି ସତ୍ୟନନ୍ଦ ବେହେରା, ସମ୍ପାଦକ ବ୍ରହ୍ମାନନ୍ଦ ସାହୁ ,ଅଞ୍ଚଳ ପ୍ରମୁଖ ହେମଲତା ମହାନ୍ତ,ସଞ୍ଚ ପ୍ରମୁଖ ଗୀତାଞ୍ଜଳି ମହାନ୍ତ ,ସଞ୍ଚ ସମିତି ପ୍ରଦୀପ କୁମାର ମହାନ୍ତ ସମିତି ପ୍ରମୁଖ ଡମ୍ବୁରୁଧର ମହାନ୍ତ, ଯୁବା ପ୍ରମୁଖ ବିଜୟ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୨୮ ଏକଲ ବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories