ସମାଜ ଡିଜିଟାଲ ଡେସ୍କ: ଲୋକସେବା ଭବନରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ପୁଲିସ କର୍ମଚାରୀଙ୍କୁ ଗୁରୁମନ୍ତ୍ରୀ ଦେଇଛନ୍ତି ଡିପିଜି ୱାଇ.ବି ଖୁରାନିଆ। ସହକର୍ମୀଙ୍କୁ ଡିପିଜି କହିଛନ୍ତି ଯେ ଲୋକମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ପୁଲିସ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ମାଓବାଦୀଙ୍କ ମୁକାବିଲାରେ ରାଜ୍ୟ ପୁଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଏହି ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଡିଜିପି।
Popular Categories



