www.samajalive.in
Saturday, December 6, 2025
17.1 C
Bhubaneswar

ରାଷ୍ଟ୍ରୀୟ ପୋଷଣ ମାସ ପାଳିତ

ଆଠଗଡ : ଆଠଗଡ ଉପଖଣ୍ଡ ଚିକିତ୍ସାଳୟର ପୁଷ୍ଟି ପୁନର୍ବାସ କେନ୍ଦ୍ର ଓ ସମନ୍ବିତ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏଥିରେ ସମ୍ମାନିତ ବକ୍ତା ଭାବେ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ପାଣି, ଡାକ୍ତରଖାନା ପରିଚାଳକ ପୂଜାଲିନ ମିଶ୍ର ଓ ଅଙ୍ଗନବାଡି ସୁପରଭାଇଜର ଭାଗ୍ୟଲତା ସାବତ ପ୍ରମୁଖ ଯୋଗଦେଇ ଉଦବୋଧନ ମାଧ୍ୟମରେ ଉପସ୍ଥିତ ମାଆ ଓ ଗର୍ଭବତୀ ମହିଳାମାନଙ୍କୁ ସଚେତନ କରିଥିଲେ। ଜନ୍ମିତ ଶିଶୁକୁ ଛଅ ମାସ ପର୍ଯ୍ୟନ୍ତ ମାଆ କ୍ଷୀର ଦେବା, ଛଅ ମାସ ପରେ ଶିଶୁ ଓ ମାଆ ମାନଙ୍କର ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା, ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟ ସାମିଲ କରିବା, ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ ବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ଯତ୍ନବାନ ହେବା, ପାରିପାର୍ଶ୍ବିକ ସୁରକ୍ଷା ପାଇଁ ମାଟି, ପାଣି ଓ ପରିବେଶର ଯତ୍ନ ନେବା ଉପରେ ଡାକ୍ତର ଗୁରୁତ୍ଵାରୋପ କରିଥିଲେ। ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦେଲେ ସୁସ୍ଥ ଜୀବନ ଗଠନ ହୋଇପାରିବା ସହ ସୁସ୍ଥ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ସେମାନେ ବୁଝାଇଥିଲେ। । ପୃଷ୍ଟି ପୁନର୍ବାସ କେନ୍ଦ୍ରର ପରାମର୍ଶଦାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପୁଷ୍ଟିସାରଯୁକ୍ତ ଖାଦ୍ୟ ପ୍ରଦର୍ଶନ କରାଯାଇ ସେହି ଖାଦ୍ୟରେ ଥିବା ତତ୍ତ୍ବ ବିଷୟରେ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ମାଆ, ଗର୍ଭବତୀ ମହିଳା, ଡାକ୍ତରଖାନାର ସମସ୍ତ ସେବିକା, ଅଙ୍ଗନବାଡି ଓ ଆଶା କର୍ମୀ ଉପସ୍ଥିତ ଥିଲେ।

‘ସୁଭଦ୍ରା’ ପାଇଁ ବଡ ଖବର ; କେବେ ମିଳିବ ଟଙ୍କା, ଆଜି ତାରିଖ କହିବେ ଉପମୁଖ୍ୟମନ୍ତ୍ରୀ!

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories