www.samajalive.in
Tuesday, December 9, 2025
15.1 C
Bhubaneswar

ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ନୋଏଡା କୋବ୍ରା ମାମଲାରେ ଅଭିଯୁକ୍ତ ୟୁ-ଟ୍ୟୁବର ଏଲଭିଶ୍ ଯାଦବ ଓ ପଞ୍ଜାବୀ ଗାୟକ ରାହୁଲ ଯାଦବ ଫାଜିଲପୁରିଆଙ୍କ ପ୍ରାୟ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଏଥିରେ ଫାଜିଲପୁରିଆଙ୍କ ବିଜନୌର ଜିଲାରେ ଥିବା ୩ ଏକର ଚାଷ ଜମି ସାମିଲ ଯାହାକୁ ୫୦ ଲକ୍ଷ ଟଙ୍କାରେ କିଣାଯାଇଥିଲା । ଏହା ବ୍ୟତୀତ ଉଭୟଙ୍କ ବ୍ୟାଙ୍କ ଖାତାରେ ଜମା ପ୍ରାୟ ୩ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ଇଡି ।

ଇଡିର ଯାଞ୍ଚ ପରେ ଜଣାପଡିଛି କି ଫାଜିଲପୁରିଆଙ୍କ ଗୀତ ’୩୨ ବୋର’ରେ ୟୁଟ୍ୟୁବରୁ ହୋଇଥିବା ୫୨ ଲକ୍ଷ ଟଙ୍କାର ଆୟର ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ସମ୍ପତ୍ତି ଜବତ ହୋଇଛି । ଏହା ବ୍ୟତୀତ ଗୀତ ସୁଟିଂ କରିଥିବା ଚଣ୍ଡୀଗଡର ସ୍କାଇ ଡିଜିଟାଲ କମ୍ପାନୀର ବ୍ୟାଙ୍କ ଖାତାରେ ଜମା ପ୍ରାୟ ୨ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । କହିରଖୁଛୁ ଇଡି ଗତ କିଛି ଦିନ ହେବ ଏଲଭିଶି ଯାଦବ ଓ ଫାଜିଲପୁରିଆଙ୍କୁ ରାଜଧାନୀ ସ୍ଥିତ ନିଜ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରୁଥିଲା । ଇଡି ଉଭୟଙ୍କ ଅଧିକ ସମ୍ପତ୍ତିର ଖୋଳତାଡ କରୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories