www.samajalive.in
Wednesday, December 10, 2025
15.1 C
Bhubaneswar

୨୭ରୁ ଆରମ୍ଭ ହେବ ବୟସ୍କଙ୍କ ପାଇଁ ବିସିଜି ଟୀକାକରଣ; ଜିଲାରେ ୧,୩୬୦୦୦ ହିତାଧିକାରୀ

ଫୁଲବାଣୀ:୨୦୨୫ ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଶୁକ୍ରବାର ବୟସ୍କ ବ୍ୟକ୍ତିଙ୍କୁ ବିସିଜି ଟୀକାର ଶୁଭାରମ୍ଭ ହେଉଛି। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। । ରାଜ୍ୟର ୧୫ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ସମୁଦାୟ ୧,୩୬,୦୦୦ ଲୋକଙ୍କୁ ବୟସ୍କ ବିସିଜି ଟୀକା ଦେବାର ବ୍ୟବସ୍ଥା କରାଯାଇଛି। ଫୁଲବାଣୀ ସହରର ୭୮୦୪ ଯୋଗ୍ୟ ହିତାଧିକାରୀଙ୍କୁ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଟୀକାକରଣ କରାଯିବ। ଆଶାକର୍ମୀ ମାନଙ୍କ ଦ୍ବାରା ଘରକୁ ଘର ଯାଇ ସର୍ବେକ୍ଷଣ ଏବଂ ହିତାଧିକାରୀ ଗୃହ ଚିହ୍ନଟ କରାଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ବ ତଥା ବିଗତ ୫ ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗୀ ଭାବେ ଚିହ୍ନଟ ଓ ଆରୋଗ୍ୟ କିମ୍ବା ଔଷଧ ପରିସମାପ୍ତି କରିଥିବା କିମ୍ବା ୩ ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ସମସ୍ତ ମଧୁମେହ ରୋଗୀ, କୁପୋଷଣର ଶୀକାର ବ୍ୟକ୍ତିଙ୍କୁ ଏହି ଟୀକା ଦିଆଯିବ।

ଏହି ଅଭିଯାନର ୩ ମାସ ସମୟ ଅବଧି ମଧ୍ୟରେ ଏହି ଟୀକା ବୀନା ମୂଲ୍ୟରେ ଦିଆଯିବ ବୋଲି ଆଜି ସ୍ଥାନୀୟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ବିଜୟ କୁମାର ପଣ୍ଡା, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ. ପ୍ରସନ୍ନ କୁମାର ତ୍ରିପାଠୀ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ମନୋରଞ୍ଜନ ସାହୁ, ଜିଲ୍ଲା ଶିଶୁ ଓ ମାତୃସ୍ୱାସ୍ଥ୍ୟ ପରିଚାଳକ ଆଶୀଷ କୁମାର ମହାନ୍ତି, ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ସାହୁ।, ଟିବି- ଏଚଆଇଭି ସଂଯୋଜକ ସୁନୀଲ କୁମାର ପାତ୍ର, ଜିଲ୍ଲା ପିପିଏମ ସଂଯୋଜକ ଅମିତ କୁମାର ବିଶୋଇ ପ୍ରମୂଖ ଉପସ୍ଥିତ ଥିଲେ।

- Advertisement -

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories