www.samajalive.in
Wednesday, December 10, 2025
23.1 C
Bhubaneswar

କଟକରେ ନାଫେଡ ପିଆଜ, କିଲୋ ପିଛା ୩୫ ଟଙ୍କା

ଡେସ୍କ: କଟକରେ କିଲୋ ପିଛା ୩୫ ଟଙ୍କାରେ ଵିକ୍ରି ହୋଇଛି ପିଆଜ। ଵଜାରରେ ପିଆଜ ଦର ବୃଦ୍ଧି କୁ ନଜରରେ ରଖି ଆଜିଠାରୁ ସହରର ବିଭିନ୍ନ ସ୍ଥାନରେ ନାଫେଡ ତରଫରୁ ପିଆଜ ବିକ୍ରି ଆରମ୍ଭ ହୋଇଛି। ନାଫେଡ ପକ୍ଷରୁ ଗାଡ଼ିରେ ପିଆଜ ନେଇ ଛକ ଯାଗାରେ କିଲୋ ପିଛା ୩୫ଟଙ୍କାରେ ବିକ୍ରି କରିଵା ଆରମ୍ଭ କରିଛନ୍ତି ସରକାର। ଵଜାରରେ ଏବେ ପିଆଜ କିଲୋ ପିଛା ପ୍ରାୟ ୬୦ଟଙ୍କାରେ ବିକ୍ରି ହେଉଛି। ତେଣୁ ଖାଉଟି ମାନଙ୍କୁ ଆଶ୍ବସ୍ତି ଦେବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ପିଆଜ ଦର ନିୟନ୍ତ୍ରଣକୁ ନଆସିଵା ପର୍ଯ୍ୟନ୍ତ ନାଫେଡ ସହରର ବିଭିନ୍ନ ସ୍ଥାନରେ ଏହି ଭଳି ପିଆଜ ବିକ୍ରି କରିଵ ଵୋଲି ଯୋଗାଣ ବିଭାଗ କହିଛି। ତେବେ ଵ୍ୟକ୍ତି ପିଛା ସର୍ବାଧିକ କେତେ ପିଆଜ ବିକ୍ରି କରାଯିଵ,ସେ ନେଇ କୈାଣସି ନିଷ୍ପତ୍ତି ହୋଇନଥିଵାରୁ ଆଜି ଆଵଶ୍ୟକତା ଅନୁସାରେ ଲୋକଙ୍କୁ ପିଆଜ ଦିଆଯାଇଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories