www.samajalive.in
Sunday, December 7, 2025
13.1 C
Bhubaneswar

ଲେବାନନରେ ଥମିବନି ଧ୍ବଂସଲୀଳା, ଅସ୍ତ୍ରବିରତି ପ୍ରସ୍ତାବ ଖାରଜ କଲା ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ଆମେରିକା ସମେତ ବିଶ୍ଵ ସମୁଦାୟର ଚାପକୁ ଖାତିର ନ କରି ଲେବାନନରେ ହେଜବୋଲ୍ଲା ଆଡ୍ଡା ଗୋଟିକ ପରେ ଗୋଟିଏ ଧ୍ବଂସ କରିବାରେ ଲାଗି ପଡ଼ିଛି ଇସ୍ରାଏଲ। ଏହି ଧ୍ବଂସ ଲୀଳା ଥମିବନି ବୋଲି ଦୃଢ ଘୋଷଣା କରି ଇସ୍ରାଏଲ ଲେବାନନ ସୀମାରେ ଅସ୍ତ୍ରବିରତି ପ୍ରସ୍ତାବକୁ ଖାରଜ କରିଛି। ଆତଙ୍କୀ ସଂଗଠନ ହେଜବୋଲ୍ଲାକୁ ନିପାତ କରିବାକୁ କୌଣସି ସୁଯୋଗ ହାତଛଡ଼ା କରିବୁ ନାହିଁ ବୋଲି ଇସ୍ରାଏଲ ଘୋଷଣା କରିଛି। ଇସ୍ରାଏଲ ଉପରେ ହେଜବୋଲ୍ଲାର କ୍ଷେପଣାସ୍ତ୍ର ମାଡର ଉପଯୁକ୍ତ ଜବାବ ଦେବାକୁ ଲେବାନନ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ଉଲ୍ଲେଖଯୋଗ୍ୟ, ଆତଙ୍କୀ ସଂଗଠନ ହମାସକୁ ନିପାତ କଲାଭଳି ଇରାନ ସମର୍ଥିତ ହେଜବୋଲ୍ଲାକୁ ଲେବାନନ ମାଟିରେ ମୂଳପୋଛ କରିବା ପାଇଁ ଇସ୍ରାଏଲ ଆଗେଇ ଚାଲିଛି। ଇସ୍ରାଏଲ ଗତ ତିନି ଦିନରେ ଲେବାନନରେ ହେଜବୋଲ୍ଲାର ୨୦୦୦ରୁ ଅଧିକ ଠିକଣାକୁ ଧ୍ୱଂସ କରିସାରିଲାଣି ଏବଂ ଏହି ଧ୍ବଂସଲୀଲା ଏବେ ବନ୍ଦ ହେବାର ନାହିଁ। କାରଣ ଇସ୍ରାଏଲ ଅସ୍ତ୍ରବିରତି ପାଇଁ ରାଜି ନାହିଁ। ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଲେବାନନରେ ଅସ୍ତ୍ରବିରତି ପ୍ରସ୍ତାବକୁ ଖାରଜ କରି ହେଜବୋଲ୍ଲାକୁ ନିପାତ କରିବାକୁ ଆହ୍ବାନ କରିଛନ୍ତି।

ଆମେରିକା ଓ ଫ୍ରାନ୍ସ ଲେବାନନରେ ୨୧ ଦିନିଆ ଅସ୍ତ୍ରବିରତି ପାଇଁ ଦେଇଥିବା ପ୍ରସ୍ତାବକୁ ଗୁରୁବାର ଖାରଜ କରି ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଏକ୍ସ​‌ରେ ଲେଖିଛନ୍ତି, ‘‘ଇସ୍ରାଏଲର ଉତ୍ତର ଭାଗରେ ଏହି ଅଭିଯାନର କେବଳ ଗୋଟିଏ ଫଳାଫଳ ରହିବ ତାହା ହେଲା, ହେଜବୋଲ୍ଲାକୁ ନିପାତ କରିବା ଏବଂ ଇସ୍ରାଏଲ ଲୋକଙ୍କର କ୍ଷତି ଘଟାଇବାର ତା’ର କ୍ଷମତାକୁ ସମ୍ପୂର୍ଣ୍ଣ ଶେଷ କରିବା।’’ ସେ ଆହୁରି କହିଛନ୍ତି, ପ୍ରସ୍ତାବିତ ଅସ୍ତ୍ରବିରତି ଦ୍ଵାରା ହେଜବୋଲ୍ଲାକୁ ପୁନର୍ଗଠିତ ହେବାକୁ ସମୟ ମିଳିଯିବ, ସେଥିପାଇଁ ଇସ୍ରାଏ ଅସ୍ତ୍ରବିରତି ସପକ୍ଷରେ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories