ଏୟାରଟେଲ ଲଞ୍ଚ କଲା ୩୦୦ଟଙ୍କାରୁ କମ ମୂଲ୍ୟର ପ୍ଲାନ
ନୂଆଦିଲ୍ଲୀ : ଏୟାରଟେଲ ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ପ୍ରି-ପେଡ ପ୍ଲାନ ଲଞ୍ଚ କରିଛି। ଏୟାରଟେଲର ଏହି ପ୍ରି-ପେଡ ପ୍ଲାନର ମୂଲ୍ୟ ୨୯୮ଟଙ୍କା। ଏୟାରଟେଲର ଏହି ପ୍ଲାନର ଟକ୍କର ସିଧାସଳଖ ନିକଟରେ ଭୋଡାଫୋନର ଲଞ୍ଚ ହୋଇଥିବା ୨୭୯ଟଙ୍କାର ପ୍ଲାନ ସହିତ ହେବ। ଏୟାରରଟେଲର ଏହି ପ୍ଲାନ ସମସ୍ଥ ସର୍କଲ ପାଇଁ ଉପଲବ୍ଧ ରହିଛି।
ଏୟାରଟେଲର ନୂଆ ୨୮୯ଟଙ୍କା ପ୍ଲାନରେ ଅନଲିମିଟେଡ କଲିଙ୍ଗ ସହିତ ପ୍ରତିଦିନ ୧ଜିବି ୨ଜି/୩ଜି/୪ଜି ଡାଟା ମିଳିବ। ଏହି ପ୍ଲାନରେ ପ୍ରତିଦିନ ୧୦୦ମେସେଜ ମଧ୍ୟ କରିପାରିବେ। ଯାହାର ବୈଧତା ୪୮ଦିନ। ଭୋଡାଫୋନର ୨୭୯ଟଙ୍କାର ପ୍ଲାନରେ ୮୪ଦିନର ବୈଧତା ରହିଛି। ଏହି ପ୍ଲାନରେ ରୋମିଙ୍ଗରେ ମାଗଣା ଇନକମିଙ୍ଗ ସହିତ ଅନଲିମିଟେଡ ଆଉଟଗୋଇଙ୍ଗ କଲିଙ୍ଗ କରିପାରିବେ।