ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ରେଢ଼ାଖୋଲ ସହର ଦେହୁରୀସାହି ପଡାରେ ଗୁରୁବାର ସ୍ପଷ୍ଟ ଦିବା ଲୋକରେ କେହି ଜଣେ ଦୁର୍ବୃତ୍ତ ଜଣେ ବୃଦ୍ଧ।ଙ୍କୁ ହତ୍ୟା କରି ଫେରାର ହୋଇଯାଇଛି। ମୃତ ବୃଦ୍ଧା ଜଣଙ୍କ ତରଙ୍ଗିନୀ ସାହୁ (୬୫) ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଗୁରୁବାର ସକାଳୁ ବୃଦ୍ଧା ଜଣକ ସାହିରେ ବୁଲାବୁଲି କରୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ କେମିତି ବୃଦ୍ଧା ଜଣଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ ବୋଲି ସାଧାରଣରେ ନାନା ପ୍ରଶ୍ନ ଉଠୁଛି। ଏହି ଘଟଣା ଜଣା ପଡିବା ପରେ ସାହିରେ ଚାଞ୍ଚଲ୍ୟ ଖେଳି ଯାଇଛି।
ମୃତ ତରଙ୍ଗିନୀ ନିଜ ଘର ବାରଣ୍ଡାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତରଙ୍ଗିନୀ ନେପାଳ ଅଞ୍ଚଳରୁ ଆସି ରେଢ଼ାଖୋଲରେ ଗ୍ରୀଡ଼ ଷ୍ଟେସନରେ କାମ କରୁଥିବା ହୀରା ବହାଦୁର (୮୦) ସହିତ ଦୀର୍ଘ ବର୍ଷ ହେବ ଦେହୁରୀ ସାହିରେ ନିଜ ଘରେ ରହି ଆସୁଥିବା ବେଳେ ତାଙ୍କର କୌଣସି ସନ୍ତାନ ନଥିଲେ। ସକାଳୁ ହୀରାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ମେଡିକାଲ ନେଇଥିବା ବେଳେ ଏଭଳି ଜଘନ୍ୟକାଣ୍ଡ ଘଟିଛି। ସାଧାରଣରେ ହତ୍ୟାକାଣ୍ଡକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହେଉଛି। ବର୍ତମାନ ସୁଦ୍ଧା ହତ୍ୟା ଓ ସ୍ଵାମୀ ହୀରା ବହାଦୁର ସମ୍ପର୍କରେ ପୁଲିସ କୌଣସି ସଠିକ ତଥ୍ୟ ପାଇ ପାରି ନଥିବା ଥାନା ଅଧିକାରୀ ସବିତା ଲତା ସେଠି ସୂଚନା ଦେଇଛନ୍ତି।
ଏଥିପାଇଁ ନାବାଳକ ପୁଅ ଛୁରୀ ଭୁସି ବାପାକୁ କଲା ହତ୍ୟା, ଆଶ୍ଚର୍ଯ୍ୟ କରିବ କାରଣ..



