www.samajalive.in
Saturday, December 13, 2025
18.1 C
Bhubaneswar

ଏଥିପାଇଁ ନାବାଳକ ପୁଅ ଛୁରୀ ଭୁସି ବାପାକୁ କଲା ହତ୍ୟା, ଆଶ୍ଚର୍ଯ୍ୟ କରିବ କାରଣ..

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ହଇଚଇ ସୃଷ୍ଟି କରିଥିବା ଏକ ଘଟଣା ସାମ୍ନାକୁ ଆସିଛି । ସାଧାରଣ ବିବାଦରୁ ଜଣେ ନାବାଳକ ନିଜ ପିତାଙ୍କୁ ଛୁରୀ ଭୁସି ହତ୍ୟା କରିଛି। ମୃତକ ଉତ୍ତର ପ୍ରଦେଶ ପୁଲିସରେ ହେଡ୍‌ କନେଷ୍ଟବଳ (୪୮) ଭାବେ କାର୍ଯ୍ୟ କରୁଥିଲେ । ପୁଲିସ କହିବାନୁଯାୟୀ, ବାପା ପୁଅକୁ କାର୍‌ ଚାବି ଦେଇନଥିଲେ। ଏହି କଥାକୁ ନେଇ ନାବାଳକ (୧୫) ବାପାକୁ ଛୁରୀରେ ଆକ୍ରମଣ କରିଥିଲା।

ଏହି ଅଭାବନୀୟ ଘଟଣା ବୁଲନ୍ଦସହରର ଯମୁନାପୁରମ କଲୋନୀର । ପୁଲିସ ସୂଚନାନୁଯାୟୀ, ଘଟଣା ଘଟିବା ପୂର୍ବରୁ ବାପା ଓ ପୁଅ ମଧ୍ୟରେ କାର୍‌ ଚାବିକୁ ନେଇ ବିବାଦ ହୋଇଥିଲା । ବାପାଙ୍କୁ ନାବାଳକ ପୁଅ କାର୍‌ ଚାବି ମାଗୁଥିଲା । ମାତ୍ର ସେ ଚାବି ଦେବାକୁ ମନା କରି ଦେଇଥିଲେ । ଫଳରେ ଉଭୟ ମଧ୍ୟରେ ବିବାଦ ହୋଇଥିଲା । ରାଗରେ ନାବାଳକ ରୋଷେଇ ଘରୁ ଛୁରୀ ଆଣି ନିଜ ବାପା ଉପରେ ଆକ୍ରମଣ କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ନୋଏଡା ସ୍ଥାନାନ୍ତର କରାଯାଇଥିଲା ।

ଦେଖନ୍ତୁ ଭିଡିଓ ; ବିଲେଇ-ସାପର ଲଢେଇ, କିଏ ଜିତିଲା..

- Advertisement -

ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣା ଜଣାପଡିବା ପରେ ପରିବାର ସହ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇ ଯାଇଛନ୍ତି । ପୁଲିସ ନାବାଳକକୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

ଭିଡିଓରେ ଦେଖନ୍ତୁ ; ଦିନ ଦ୍ୱିପ୍ରହରରେ କେମିତି ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌..

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories