www.samajalive.in
Sunday, December 14, 2025
23.1 C
Bhubaneswar

ନୂଆପଡାରେ ଝାଡାବାନ୍ତି ଆତଙ୍କ: ଦୁଇ ମୃତ, ୩ ଗୁରୁତର

ସିନାପାଲି : ନୂଆପଡ଼ା ଜିଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ବଡ଼ଦରଲୀପଡ଼ାରେ ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ୩ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। ମୃତ ବ୍ୟକ୍ତି ଦ୍ବୟ ବଲମତ ମାଝୀ ଓ ପୁରୁନ୍ଦର ମାଝୀ  ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଗୁରୁତର ବ୍ୟକ୍ତି ଦ୍ବୟ ପଣସରାମ ମାଝୀ ଓ ଲଳିତା ବାଗ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଗଣେଶ ମାଝୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏ ନେଇ ଘଟଣା ସମ୍ପର୍କରେ ଡାକ୍ତରଙ୍କୁ ପଚାରିବାରୁ ୩ଜଣ ଝାଡ଼ାବାନ୍ତିରେ ଗୁରୁତର ଅଛନ୍ତି। ଆଉ ସ୍ଥାନୀୟ ୯୪ ଜଣଙ୍କୁ ଆବଶ୍ୟକ ଚିକିତ୍ସା କରାଯାଇଛି। ଗୁରୁତରଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ପ୍ରକାଶ କରିଥିଲେ।
ଅନ୍ୟ ପକ୍ଷରେ ମୃତ ବ୍ୟକ୍ତି ଦ୍ବୟଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ ପରିବାର ଲୋକେ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଗାଁରେ ଡାକ୍ତରୀ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡାକ୍ତରୀ ଦଳରେ ଡା.ଶ୍ରୀମାନ ସାହୁ, ଭୈରବ ପାଣିଗ୍ରାହୀ, ଅଙ୍ଗଦରାମ ମାଝୀ ପ୍ରମୁଖଙ୍କ ସହ ମୋବାଇଲ ହେଲ୍ଥ ୟୁନିଟ, ଆରଆରଟି ଟିମ, ହେଲ୍ଥ ୱାର୍କର, ସୁପରଭାଇଜର, ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ପ୍ରମୁଖ ସାମିଲ ଥିଲେ। ଗାଁର ବିଭିନ୍ନ ସ୍ଥାନରେ ବ୍ଲିଚିଂ ପକାଇ, ପାଣି ନମୂନା ସଂଗ୍ରହ କରି ପଠାଇବା ସହ ଲୋକଙ୍କୁ ଡ଼ାକବାଜି ମାଧ୍ୟମରେ ସଚେତନ କରାଯାଉଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories