www.samajalive.in
Saturday, December 6, 2025
15.1 C
Bhubaneswar

ଜଗନ୍ନାଥଙ୍କ ରଥ ପାଇଁ ଫାସୀ ଗଛ ଉତ୍ସର୍ଗ

ଆଠଗଡ: ଆଠଗଡ ବ୍ଲକର କନ୍ଦରପୁର ଗ୍ରାମର ଜଣେ ବ୍ୟକ୍ତି ନିଜ ବାଡିରେ ଥିବା ଏକ ବିଶାଳ ଫାସୀ ଗଛକୁ ପୁରୀରେ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଉତ୍ସର୍ଗ କରିଛନ୍ତି। କନ୍ଦରପୁର ଗ୍ରାମର ସ୍ବର୍ଗତ ବିଜୟ ଦାସଙ୍କ ବାଡିରେ ଥିବା ଉକ୍ତ ବିଶାଳ ଫାସୀ ଗଛକୁ ତାଙ୍କ ପୁଅ ଅବିନାଶ ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ପୁରୀରେ ରଥ ନିର୍ମାଣରେ ବ୍ୟବହାର ପାଇଁ ଉତ୍ସର୍ଗ କରିଛନ୍ତି । କନ୍ଦରପୁରରେ ସମାଜ ଖବରକାଗଜ ବିତରଣ କରୁଥିବା ପ୍ରାଣକୃଷ୍ଣ ସାହୁ ଓ ତାଙ୍କ ପୁଅ ଶରତ କୁମାର ସାହୁଙ୍କୁ ଉକ୍ତ ଫାସୀ ଗଛଟି କିପରି ପୁରୀ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ନେବେ ସେ ଦିଗରେ ସହାୟତା କରିବାକୁ ନିବେଦନ କରିଥିଲେ। ସମାଜ ବିତରକଙ୍କ ପୁଅ ଶରତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଏ ବିଷୟରେ ଅବଗତ କରିବା ଓ ସେଠାରୁ ନିର୍ଦ୍ଦେଶ ଆସିବା ପରେ ଗଛଟିକୁ କାଟି ପଠାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories