www.samajalive.in
Sunday, December 14, 2025
14.1 C
Bhubaneswar

ଅଶୋଧିତ ତେଲ ଦର କମୁଛି, ଲୋକଙ୍କୁ ମିଳୁନି ଲାଭ

 ନୂଆଦିଲ୍ଲୀ : କିଛି କାଳ ଧରି କ୍ରମାଗତ ଭାବେ ଅଶୋଧିତ ତେଲ ଦର କମିଚାଲିଛି। ଏଥିପ୍ରତି ସଚେତନ ଲୋକେ ସେହି ଅନୁସାରେ ପେଟ୍ରୋଲ ଓ ଡିଜେଲ ଦର କମିବ ବୋଲି ଆଶା ବାନ୍ଧି ବସୁଛନ୍ତି; କିନ୍ତୁ ସେଭଳି କିଛି ହେଉନାହିଁ। ଅଶୋଧିତ ତେଲ ଦର ହ୍ରାସର ଲାଭ ଲୋକେ ପାଇପାରୁନାହାନ୍ତି। ଏହାର କାରଣ ସାଜିଛନ୍ତି ଖୋଦ୍‌ କେନ୍ଦ୍ର ସରକାର। ଅପ୍ରତ୍ୟାଶିତ ଟିକସ ସହ ଅନ୍ୟ ବହୁବିଧ ଟିକସ ସରକାର ବଢ଼ାଇ ଦେଉଥିବାରୁ ବଜାରରେ ତେଲ ଦର କମୁନାହିଁ। ଲୋକେ ବର୍ଷ ବର୍ଷ ଧରି ଅଧିକ ଦରରେ ତେଲ କିଣି ଚାଲିଛନ୍ତି। ବିଭିନ୍ନ ରାଜ୍ୟ ସରକାର ନିଜସ୍ବ ଆୟ ବୃଦ୍ଧି ପାଇଁ ପେଟ୍ରୋଲିୟମ ଉତ୍ପାଦ ଉପରେ ଭାଟ୍‌ ବା ସ୍ବତନ୍ତ୍ର ଟିକସ ଲଗାଉଛନ୍ତି। ଓଡ଼ିଶାରେ ପେଟ୍ରୋଲ ଉପରେ ୨୮% ଭାଟ୍‌ ସଂଗ୍ରହ କରାଯାଉଥିବାବେଳେ ଡିଜେଲ ଉପରେ ୨୪% ଭାଟ୍‌ ସଂଗ୍ରହ କରାଯାଉଛି। ରାଜନୈତିକ ଦୃଷ୍ଟିରୁ କେତେକ ରାଜ୍ୟ ଆବଶ୍ୟକତାବେଳେ ଏହାକୁ ହ୍ରାସ କରି ଲୋକଙ୍କୁ ସାମାନ୍ୟ ଖୁସି ଦେଉଛନ୍ତି। ସମୟ ସୁଯୋଗ ଦେଖି ସରକାର ତେଲ ଦର ସାମାନ୍ୟ ହ୍ରାସ କରୁଛନ୍ତି; କିନ୍ତୁ ପରବର୍ତ୍ତୀ ସମୟରେ ଟିକସ ବଢ଼ାଇ ଦେବା ଦ୍ବାରା ଖାଉଟିଙ୍କୁ ଲାଭ ମିଳୁନାହିଁ। ୨୦୨୨ ଏପ୍ରିଲରେ ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ୧୦୩.୩୪ ଡଲାର ଥିବାବେଳେ ୨୦୨୪ ଜୁନ୍‌ରେ ଏହା ୭୭.୪୫ ଡଲାରକୁ ଖସିଆସିଛି। ତଥାପି ଏହାର ଲାଭ ସାଧାରଣ ଲୋକଙ୍କୁ ମିଳିପାରିନି।

ପେଟ୍ରୋଲିୟମ ଉତ୍ପାଦ ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ପେଟ୍ରୋଲ-ଡିଜେଲ ଦର ବଢ଼ିଲେ ପରିବହନ ଖର୍ଚ୍ଚ ବଢ଼େ; ଫଳରେ ଖାଦ୍ୟ ସାମଗ୍ରୀ ଅନ୍ୟ ଦ୍ରବ୍ୟର ଦର ବଢ଼େ। ବିଶ୍ବ ବଜାରରେ ଅଶୋଧିତ ତେଲ ଦର ବଢ଼ିଲେ ଦେଶରେ ପେଟ୍ରୋଲ, ଡିଜେଲ ଦର ବଢ଼େ। ଅଶୋଧିତ ତେଲ ଦର ମୁଖ୍ୟତଃ ଚାହିଦା, ଟିକସ ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦ୍ବାରା କମ୍‌ ବେଶି ହୋଇଥାଏ। ୨୦୧୪ ପୂର୍ବରୁ ପେଟ୍ରୋଲର ମୂଲ୍ୟ କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିଲା ଏବଂ ପ୍ରତି ୧୫ ଦିନରେ ପେଟ୍ରୋଲ ଦର ସଂଶୋଧନ କରାଯାଉଥିଲା। ତେବେ ୨୦୧୪ରେ ସରକାର ପେଟ୍ରୋଲ ଏବଂ ଡିଜେଲକୁ ନିୟନ୍ତ୍ରଣ ମୁକ୍ତ କରିଥିଲେ। ପରେ ୨୦୧୭ଠାରୁ, ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ପ୍ରତିଦିନ ପରିବର୍ତ୍ତନ ହେଲା। ବିଶ୍ବ ବଜାରରେ ଅଶୋଧିତ ତେଲ ଦର, ଟିକସ ଓ ପରିବହନ ଖର୍ଚ୍ଚ ଆଧାରରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଭଳି ତେଲ ବିପଣନ ସଂସ୍ଥା ପ୍ରତିଦିନ ସନ୍ଧ୍ୟା ୬ଟାରେ ତେଲ ଦର ସଂଶୋଧନ କରୁଥିଲେ, ଏହା ଉପରେ କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଳେଷଣ ସେଲ (ପିପାକ୍‌) ଦୃଷ୍ଟି ରଖିଥିଲା। ୨୦୨୨ ଜୁଲାଇରେ କେନ୍ଦ୍ର ସରକାର

- Advertisement -

ପ୍ରତି ୧ ଟନ୍‌ ଅଶୋଧିତ ତେଲ ଉପରେ ୨,୧୦୦ ଟଙ୍କା ଅପ୍ରତ୍ୟାଶିତ ଶୁଳ୍କ ଲାଗୁ କରିଥିଲେ। ଏହା ପରେ ବାରମ୍ବାର ଏହି ଟିକସ ହାର ପରିବର୍ତ୍ତନ କରାଯାଇଛି। ତେବେ ଗତ ୧୮ ତାରିଖରେ ଘରୋଇ ଉତ୍ପାଦିତ ଅଶୋଧିତ ତେଲ ଉପରୁ କେନ୍ଦ୍ର ସରକାର ଏହି ଅପ୍ରତ୍ୟାଶିତ ଶୁଳ୍କକୁ ପ୍ରତ୍ୟାହାର କରିଛନ୍ତି।

୨୦୧୩ ଜୁଲାଇରେ ବିଶ୍ବ ବଜାରରେ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୦୧.୪୧ ଡଲାର ଥିବାବେଳେ ସେହି ବର୍ଷ ଜୁଲାଇ ୧୪ରେ ଦେଶର ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୭୦ ଟଙ୍କା ୪୪ ପଇସା ଥିଲା। ୨୦୨୩ ଜୁନ୍‌ରେ ବିଶ୍ବ ବଜାରରେ ଅଶୋଧିତ ତେଲ ବ୍ୟାରେଲ ପ୍ରତି ଦର ୬୮.୫୯ ଡଲାର ଥିବାବେଳେ ସେହି ସମୟରେ ପେଟ୍ରୋଲ ଦର କମିବା ପରିବର୍ତ୍ତେ ନୂଆଦିଲ୍ଲୀରେ ଲିଟର ପ୍ରତି ୯୬ ଟଙ୍କା ୭୨ ପଇସା ରହିଥିଲା। ୨୦୨୪ ଜୁନ୍‌ରେ ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ୭୭.୪୫ ଡଲାର ଥିବାବେଳେ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୪ ଟଙ୍କା ୭୨ ପଇସା ରହିଛି। ୨୦୨୩ ସେପ୍ଟେମ୍ବରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ଅଶୋଧିତ ତେଲ ଲିଟର ପ୍ରତି ୯ ଟଙ୍କା କମିଛି। ଏହାର ସୁଫଳ କିନ୍ତୁ ସାଧାରଣ ଗ୍ରାହକଙ୍କୁ ମିଳିପାରିନି। ପେଟ୍ରୋଲିୟମ ଉପରୁ ତେଲ କମ୍ପାନୀ ଦ୍ବାରା ଅର୍ଜିତ ଅତିରିକ୍ତ ଅର୍ଥରୁ ସରକାର ବାର୍ଷିକ ହାରାହାରି ୧୧ ହଜାର କୋଟି ଟଙ୍କା ରାଜସ୍ବ ପାଉଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories