www.samajalive.in
Saturday, December 13, 2025
26.1 C
Bhubaneswar

ସାମାଜିକ ସୁରକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ସଦଭାବନା ଗୃହ ପରିସରରେ ୨୩-୨୪ ଆର୍ଥିକ ବର୍ଷର ସାମାଜିକ ସୁରକ୍ଷା ସମୀକ୍ଷା ଜନଶୁଣାଣୀ ଶିବର ବ୍ଲକ ବିଡ଼ିଓ ଅଂଶୁମାନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବ୍ଲକ ଏପିଓ ଗୋପାଳ ପଣ୍ଡା ଆୟୋଜିତ ସମୀକ୍ଷା ବୈଠକ ନେଇ ଆଲୋକପାତ କରିବା ସହ ୨୩-୨୪ ଆର୍ଥିକ ବର୍ଷ ରେ ୧୧,୫୫,୩୨୩ ଶ୍ରମ ଦିବସ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରଖା ଯାଇଥିବା ବେଳେ କେବଳ ୫,୭୯,୧୭୮ କାର୍ଯ୍ୟ ଦିବସ ସୃଷ୍ଟି ହୋଇ ପାରିଥିଲା,ଯାହା ସମୁଦାୟର ୫୦.୧୩ ଶତକଡା ରହିଥିଲା। ଏବଂ ୧୫୩୯.୯୨ କୋଟି ଟଙ୍କା ବ୍ୟୟ ହୋଇଥିଲା।୧୬୨୦୦ ଜବକାର୍ଡ ଧାରୀ ଙ୍କ ମଧ୍ୟରୁ ୧୫୦୭୩ ଜଣ କାମ ପାଇଥିବା ବେଳେ ୭୧୮ ଜବକାର୍ଡ ଧାରୀ ୧୦୦ ଦିନ କାମ କରିଥିଲେ। ଏହି ସମୟ ମଧ୍ୟରେ ୯୪୮ଟି ପ୍ରକଳ୍ପ ସମ୍ପୂର୍ଣ ହୋଇପାରିଥିଲା ବୋଲି ସୂଚନା ପ୍ରଦାନ କରିଥିଲେ।

ଗତ ଆର୍ଥିକ ବର୍ଷରେ ବିଶ୍ବନାଥପୁର ପଞ୍ଚାୟତରେ ୧୨୯.୨୪ କୋଟି ଟଙ୍କା ଏମଏନଆରଜିଏସରେ ଖର୍ଚ୍ଚ ହୋଇଥିବା ବେଳେ ୯୧୦ ଜଣ କାମ ପାଇଁ ସମୁଦାୟ ୯୩ଟି ପ୍ରକଳ୍ପକୁ ସମ୍ପୂର୍ଣ କରିଥିଲେ। ୧୦୮ ଜବକାର୍ଡ ଧାରୀ ୧୦୦ ଦିନର କାମ ପାଇଁ ପାରିଥିଲେ। ଭାବିନୀପୁର ପଞ୍ଚାୟତ ରେ ସର୍ବନିମ୍ନ ୧୭.୦୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାର୍କଣ୍ଡି ଓ ଗୋଳାବନ୍ଧ ପଞ୍ଚାୟତରେ ଜଣେ ହେଲେ ଜବକାର୍ଡ ଧାରୀ ୧୦୦ ଦିନ ର କାମ କରିନଥିବା ସହ ହାତୀପାଦ ପଞ୍ଚାୟତରେ ସର୍ବନିମ୍ନ ୪ ଟି କାମ ସମ୍ପୂର୍ଣ ହୋଇପାରିଥିବା ଜଣାପଡିଛି। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମତି ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ ରାଜେଶ୍ବରୀ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ମଲାଣଙ୍କ ପକ୍ଷରୁ ପ୍ରତି ପଞ୍ଚାୟତରେ କାର୍ଯକାରୀ ହେଉଥିବା ଏମ ଏନ ଆର ଜି ଏସ କାର୍ଯ୍ୟ ନେଇ ନୋଟିସ ବୋର୍ଡରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିବାକୁ ମତ ରଖିବା ସହ କେସ ବୁକ୍, ମାଷ୍ଟର ରୋଲ୍, ରେକର୍ଡ ଆଦିକୁ ସଠିକ ଭାବେ ପରିଚାଳନା କରିବାକୁ କହିବା ସହ ମିଥ୍ୟା ତଥା କାମ ହୋଇନଥିବା ତଦନ୍ତ ବେଳେ ଜଣା ପଡ଼ିଲେ ସମ୍ପୂର୍ଣ ଅର୍ଥ ଆଦାୟ କରାଯିବ ବୋଲି ମତପୋଷଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories