www.samajalive.in
Saturday, December 6, 2025
14.1 C
Bhubaneswar

ଆମକୁ କଂଗ୍ରେସ ତୃତୀୟ ଶ୍ରେଣୀ ନାଗରିକ ଭାବିବା ଠିକ୍‍ ନୁହେଁ: କୁମାରସ୍ୱାମୀ

ବେଙ୍ଗାଲୁରୁ: କଂଗ୍ରେସ ଆମକୁ ତୃତୀୟ ଶ୍ରେଣୀ ନାଗରିକ ବୋଲି ଭାବିବା ଠିକ୍‍ ନୁହେଁ ବୋଲି ଜେଡିଏସ୍‍ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ କହିଛନ୍ତି। କର୍ଣ୍ଣାଟକରେ ସରକାର ଗଠନ କରିଥିବା କଂଗ୍ରେସ-ଜେଡିଏସ୍‍ ମେଣ୍ଟ ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ମିଳିତ ଭାବେ ଲଢ଼ିବାକୁ ଚାହୁଁଛନ୍ତି। ତେବେ ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ଆସନ ଭାଗବଣ୍ଟା ସମ୍ପର୍କରେ ଆଲୋଚନା ଆରମ୍ଭ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ଜେଡିଏସ୍‍ ଯେ ଚାପରେ ନାହିଁ ତାହା କୁମାରସ୍ୱାମୀଙ୍କ ମନ୍ତବ୍ୟରୁ ଜଣାପଡ଼ିଛି।
ପିଟିଆଇକୁ ଏକ ସାକ୍ଷାତକାରରେ କୁମାରସ୍ୱାମୀ କହିଛନ୍ତି ଯେ ସରକାର ବିରୋଧୀ ଆଭିମୁଖ୍ୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରିସ୍ମା ଫିକା ପଡ଼ୁଛି ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ୍‍ ଗାନ୍ଧିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ଦକ୍ଷିଣ ଭାରତରେ କଂଗ୍ରେସ-ଜେଡିଏସ୍‍ ମେଣ୍ଟ କରିବା ପରେ ଦେଶର ରାଜନୀତିରେ ପରିବର୍ତ୍ତନର ଧାରା ଆରମ୍ଭ ହୋଇଛି। ଯଦି କଂଗ୍ରେସ ମାତ୍ରାଧିକ ଆତ୍ମବିଶ୍ୱାସ ସହିତ ବିକଳ୍ପ ରାସ୍ତାରେ ଯିବ ତେବେ ପରାଭବ ଭୋଗିବ। ଅତୀତର ଏଭଳି ଅଭିଜ୍ଞତାକୁ ସେମାନେ ଭୁଲି ନଥିବେ। ତେଣୁ ଆସନ ଭାଗବଣ୍ଟା ବେଳେ ସେମାନେ ଜେଡିଏସ୍‍କୁ ଯଥୋଚିତ ସମ୍ମାନ ଦେବେ ବୋଲି ଆଶା। ୨୮ ଲୋକସଭା ଆସନ ବିଶିଷ୍ଟ କର୍ଣ୍ଣାଟକରେ ଜେଡିଏସ୍‍ ୧୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। ୨୦୧୪ରେ ଜେଡିଏସ୍‍ ମାତ୍ର ୨ଟି ଆସନରେ ଜିତଥିôବା ବେଳେ କଂଗ୍ରେସ ୯ଟି ଓ ବିଜେପି ୧୭ଟି ଆସନରେ ଜିତିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories