ଅଭିନେତ୍ରୀଙ୍କୁ ଦୁଷ୍କର୍ମ: ଅଭିନେତା ଏଡାଭେଲା ବାବୁ ଗିରଫ

ସମାଜ ଡିଜିଟାଲ ଡେସ୍କ: ଯୌନ କେଳେଙ୍କରୀ ମାମଲାରେ ଛନ୍ଦି ହୋଇଛନ୍ତି ମାଲାୟଲମ ଅଭିନେତା ଏଡାଭେଲା ବାବୁ। ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ବୁଧବାର ତାଙ୍କୁ ଗିରଫ କରିଛି। ଜଣେ ଅଭିନେତ୍ରୀ ଏଡାଭେଲାଙ୍କ ବିରୋଧରେ ଏସଆଇଟି ନିକଟରେ ଅଭିଯୋଗ କରିଥିଲେ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକାଧିକ ଯୌନ କେଳେଙ୍କରୀ ଅଭିଯୋଗ ସାମ୍ନାକୁ ଆସିବା ପରେ ଏସବୁର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିଲା। ଏସଆଇଟିରେ ରୁଜୁ ହୋଇଥିବା ମାମଲା ଆଧାରରେ ଅଭିନେତା ଏଡାଭେଲାଙ୍କୁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି। ଅନ୍ୟପଟେ ଗିରଫ ପରେ ଏର୍ନାକୁଲମ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଏର୍ନାକୁଲମ ସହର ଉତ୍ତର ଥାନାରେ ଏଡାଭେଲାଙ୍କ ନାମରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଅଭିନେତ୍ରୀ ଜଣକ ଢ଼ାଲାୟଲମ ମୁଭି ଆର୍ଟିଷ୍ଟସ ଆସୋସିଏସନ(ଆମ୍ମା) ସଦସ୍ୟତା ପାଇଁ ଏକ ଫର୍ମରେ ଦସ୍ତଖତ କରିବା ଲାଗି ଏଡାଭେଲାଙ୍କ କଲୁରସ୍ଥିତ ବାସଭବନକୁ ଯାଇଥିଲେ। ସେଠାରେ ଏଡାଭେଲା ତାଙ୍କୁ ଦୁଷ୍କର୍ମ କରିଥିବା ଅଭିନେତ୍ରୀ ଜଣକ ଏତଲାରେ ଦର୍ଶାଇଥିଲେ।

Comments are closed.