www.samajalive.in
Saturday, December 13, 2025
26.1 C
Bhubaneswar

ପୂର୍ବ ସରକାରଙ୍କ ଯୋଜନାକୁ ବନ୍ଦ କରିବାକୁ ଷଡଯନ୍ତ୍ର ଚାଲିଛି-ବିଜେଡି

ସମାଜ ଡିଜିଟାଲ ଡେସ୍କ: ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟରେ ଆଦିବାସୀଙ୍କ ପାଇଁ ବିକାଶ ହୋଇଛି। ହେଲେ ଏବେକାର ବିଜେପି ସରକାରଙ୍କ ପାଇଁ ଭୟ ଓ ଆଶଙ୍କାରେ ରହିଛନ୍ତି ଆଦିବାସୀ। ନବୀନଙ୍କ ଅନେକ ଯୋଜନା ବନ୍ଦ କରାଯାଇଛି। ବିକାଶ ଏବେ ସ୍ୱପ୍ନ ହୋଇଛି ବୋଲି କହି ବିଜେପି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଆଜି ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସବୁ ଜିଲାରେ ଆଦିବାସୀମାନେ ଜଙ୍ଗଲ ଜମି ପାଇଁ ଆନ୍ଦୋଳନ କରୁଥିବା ବେଳେ ସରକାର କିନ୍ତୁ ଶୁଣୁନାହାଁନ୍ତି। ପଶ୍ଚିମ ଓଡ଼ିଶାରେ ୮ଲକ୍ଷ କେନ୍ଦୁପତ୍ର ତୋଳାଳି ଥିବାବେଳେ ୧୮ପ୍ରତିଶତ ଜିଏସଟି ଛାଡ ହେଲାନାହିଁ। ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ଚାହୁଁନାହାନ୍ତି। କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବି ଆଦିବାସୀଙ୍କୁ ପାତର ଅନ୍ତର କରାଯାଇଛି। ଏଯାଏଁ ଆଦିବାସୀ ଜନଗଣମା ହୋଇନାହିଁ। ୧୦୦ଦିନରେ କେବଳ ରଙ୍ଗ ବଦଳାଯାଇଛି, ଓଡ଼ିଆ ଅସ୍ମିତା ନଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ନିର୍ବାଚନ ବେଳେ ମାଗଣା ବିଜୁଳି ଦେବାକୁ କହି ଦେଲେ ନାହିଁ। ଏହାସହିତ ସୁଭଦ୍ରା ଯୋଜନାରେ ବି ଟଙ୍କା ଠିକ୍‌‌ ଭାବେ ମିଳୁନଥିବା ବିଜେଡି ଅଭିଯୋଗ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories