www.samajalive.in
Saturday, December 6, 2025
19.1 C
Bhubaneswar

୫ ଦିନ ହେଲା ମାରଣାସ୍ତ୍ରଧାରୀ କବଜାରେ ସ୍କୁଲ !

ଲହୁଣୀପଡା: ୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛି ମାରଣାସ୍ତ୍ରଧାରୀ ଯୁବକ। ଗତ ଶନିବାର ପୂର୍ବାହ୍ନରୁ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବଡଜଲ ପ୍ରାଥମିକ ସ୍କୁଲକୁ ଯୁବକ ଜଣକ ନିଜ କବଜାକୁ ନେଇଛି । ଯୁବକ ଜଣକ ପାଖ ଗାଁର ସୁଦନ ମୁଣ୍ଡା ବୋଲି ଜଣାପଡିଛି।  ଯୁବକଟି ହାତରେ ଧନୁତୀର ଧରି ସମ୍ପୂର୍ଣ୍ଣ ଭାବେ ସ୍କୁଲଟିକୁ ଅକ୍ତିଆରରେ ରଖିଛି। ମଙ୍ଗଳବାର ସେହି ଯୁବକକୁ କାବୁ କରିବାକୁ ଯାଇ ଥାନାଧିକାରୀ ତୀର ମାଡରେ ଆହତ ହୋଇଛନ୍ତି। ତାଙ୍କ ସମେତ ଦୁଇଜଣ କନଷ୍ଟେବଳ ଆହତ ହୋଇଥିବାବେଳେ ବାଟୁଳି ମାଡ଼ରେ ଜଣେ ପ୍ରଧାନ ଶିକ୍ଷକଙ୍କ ମୁଣ୍ଡ ଫାଟିଯାଇଛି। ଯୁବକ ଜଣଙ୍କୁ କାବୁ କରିବାକୁ ଦୁଇ ପ୍ଲାଟୁନ୍ ଫୋର୍ସ ଏବଂ ଅଗ୍ନିଶମବାହିନୀ ମୁତୟନ ହୋଇଛନ୍ତି। ରାତି ସାରା ଯୁବକଙ୍କୁ କାବୁ କରିବାକୁ ପୁଲିସ୍ ଫୋର୍ସ ମାନଙ୍କୁ ନାକେଦମ୍ ହେବାକୁ ପଡିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories