www.samajalive.in
Saturday, December 6, 2025
14.1 C
Bhubaneswar

ସିଦ୍ଧରମୈୟାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ, ଇସ୍ତଫା ଦାବି

ବେଙ୍ଗାଲୁରୁ: ମୈସୁର ନଗର ଉନ୍ନୟନ ପ୍ରାଧିକରଣ(ଏମୟୁଡିଏ) ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ଵସ୍ତି। ସିଦ୍ଧରମୈୟାଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରି ତାଙ୍କ ବିରୋଧରେ ମାମଲା ଚଳାଇବାକୁ ମଞ୍ଜୁରୀ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ, ଆବେଦନରେ ଦର୍ଶାଯାଇଥିବା ତଥ୍ୟର ତଦନ୍ତ କରିବାର ଆବଶ୍ୟକତା ରହିଛି। ଏହି ଆବେଦନରେ ଏମୟୁଡିଏ ମାମଲାରେ ତାଙ୍କ ବିରୋଧରେ ତଦନ୍ତ ପାଇଁ ରାଜ୍ୟପାଳ ଥାୱରଚନ୍ଦ ଗେହେଲଟ୍ ଦେଇଥିବା ମଞ୍ଜୁରୀକୁ ଚ୍ୟାଲେଞ୍ଜ କରିଥିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ୍‌ ପୂର୍ବରୁ ସିଦ୍ଧରମୟାଙ୍କ ପତ୍ନୀ ପାର୍ବତୀ ସିଦ୍ଧରମୟାଙ୍କୁ ଏମ୍‌ୟୁଡିଏ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିକୁ କେନ୍ଦ୍ର କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ପତ୍ନୀ ପାର୍ବତୀଙ୍କୁ ଦିଆଯାଇଥିବା ଜମିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସିଦ୍ଧରମୈୟା ଏହାକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। ଅପରପକ୍ଷେ, ଜମି ଦୁର୍ନୀତି ମାମଲାରେ ହାଇକୋର୍ଟରେ ଆବେଦନ ଖାରଜ ହେବା ପରେ ସିଦ୍ଧରମୈୟାଙ୍କ ଇସ୍ତଫା ଦାବି କରିଛି ବିଜେପି। ଏଥିସହ କଂଗ୍ରେସକୁ ଦୁର୍ନୀତିର ଦୋକାନ ବୋଲି କହିଛି ବିଜେପି।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories