ଆସିଲା ସାମ୍‌ସଙ୍ଗ୍‌ର ନୂଆ ସ୍ମାର୍ଟଫୋନ୍‌: ଦାମ୍‌ ୨୦ ହଜାରରୁ ବି କମ୍‌, ଆକର୍ଷଣୀୟ ଫିଚର ଓ ଅଫର

ସମାଜ ଡିଜିଟାଲ ଡେସ୍କ: ସାମ୍‌ସଙ୍ଗ୍‌ର ନୂଆ ସ୍ମାର୍ଟଫୋନ୍‌ Galaxy M55s 5G ଭାରତରେ ଲଞ୍ଚ୍‌ ହୋଇଯାଇଛି। ଏଥିରେ ଉନ୍ନତ ସ୍ମାର୍ଟଫୋନ୍ ଅଭିଜ୍ଞତା ସହିତ ଚମତ୍କାର କ୍ୟାମେରା କ୍ଵାଲିଟି ଏବଂ ସୁପର ଆମୋଲେଡ୍‌ ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ବଡ଼ ବ୍ୟାଟେରୀ ସା​‌ଙ୍ଗକୁ​‌ ଷ୍ଟାଇଲିସ୍ ଡିଭାଇସ୍ ଏବଂ ଶକ୍ତିଶାଳୀ ପ୍ରୋସେସର୍ ମଧ୍ୟ ପ୍ରଦାନ କରାଯାଇଛି। ଫୋନ୍ ଫ୍ୟୁଜନ୍ ଡିଜାଇନ୍ ପଛ ପ୍ୟାନେଲ୍ ଏବଂ ଡୁଆଲ୍ ଟେକ୍ସଚରରେ ଆସିଛି।

କ୍ୟାମେରା:

Samsung Galaxy M55s 5G ଟ୍ରିପଲ ରିୟର କ୍ୟାମେରା ରହିଛି। ଏହାର ମୁଖ୍ୟ କ୍ୟାମେରା ୫୦ଏମପି ସେନ୍‌ସର(ଓଆଇଏସ) ସପୋର୍ଟ ସହ ଦିଆଯାଇଛି। ଫୋନରେ ୮ଏମପି ଅଲ୍‌ଟ୍ରା ଓ୍ବାଇଡ୍‌ ଏଙ୍ଗଲ ଲେନ୍ସ ସହ ୨ଏମପି ମାକ୍ରୋ ସେନ୍ସର ଦିଆଯାଇଛି। ଫୋନ୍ ଫ୍ରଣ୍ଟରେ ୫୦ଏମପି ସେନ୍ସର ରହିଛି। ଏଥିରେ ଡୁଆଲ୍ ରେକର୍ଡିଂ ଫିଚର ଉପଲବ୍ଧ। ବ୍ୟବହାରକାରୀ ଏକସଙ୍ଗେ ଉଭୟ ଆଗ ଏବଂ ପଛ କ୍ୟାମେରାରେ ରେକର୍ଡିଂ କରିପାରିବେ।

ଡିସ୍‌ପ୍ଲେ:

ଫୋନରେ ୬.୭ ଇଞ୍ଚ ସମ୍ପୂର୍ଣ୍ଣ ଏଚଡି ପ୍ଲସ୍ ସୁପର ଆମୋଲେଡ୍‌ ଡିସପ୍ଲେ ରହିଛି, ଯାହା ୧୨୦ଏଚଜେଡ୍‌ ରିଫ୍ରେଶ୍‌ ରେଟ୍‌ ସହ ଆସିଥାଏ। ଫୋନରେ ୧୦୦୦ ନାଇଟ୍ ଶିଖର ଉଜ୍ଜ୍ୱଳତା ଅଛି। ଗାଲାକ୍ସି ଗ୫୫ଗ୍ଦ ୫ଏ ସ୍ମାର୍ଟଫୋନ୍ ଭିଜନ୍ ବୁଷ୍ଟର୍ ଟେକ୍ନୋଲୋଜି ସହିତ ଆସିଥାଏ। Galaxy M55s 5G ସ୍ମାର୍ଟଫୋନ୍ ଭିଜନ୍ ବୁଷ୍ଟର୍ ଟେକ୍ନୋଲୋଜି ସହିତ ଆସିଛି। ଏହାର ଥିକ୍‌ନେସ୍‌ ୭.୮ ମିମି। ଫୋନର ଓଜନ ୧୮୦ ଗ୍ରାମ। ଏହି ସ୍ମାର୍ଟଫୋନ୍ ଦୁଇ ଆକର୍ଷଣୀୟ ରଙ୍ଗ କୋରାଲ୍ ଗ୍ରୀନ୍ ଏବଂ ଥଣ୍ଡର ବ୍ଲାକ୍‌ରେ ଉପଲବ୍ଧ।

ପ୍ରୋସେସର:

ଫୋନ୍‌ରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭ ଜେନ୧ ପ୍ରୋସେସର ଦିଆଯାଇଛି। ଏଥିରେ ଚାରି ବର୍ଷର ସଫ୍ଟୱେର୍ ଅପଡେଟ୍ ସହ ୫ ବର୍ଷର ସିକ୍ୟୁରିଟି ଅପଡେଟ୍‌ ରହିଛି। ଫୋନ୍‌ରେ ୫୦୦୦ଏମଏଏଚର ବ୍ୟାଟେରୀ ରହିଛି। ଏଥିସହ ୪୫ ଓ୍ବାଟ୍‌ ସୁପର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।

ସିକ୍ୟୁରିଟି ଫିଚର:

ଫୋନରେ କ୍ଵିକ୍‌ ଶେୟାରିଙ୍ଗ୍‌ ଫିଚର ଉପଲବ୍ଧ, ଯାହା ସାହାଯ୍ୟରେ ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟ ଶେୟାର କରାଯାଇପାରିବ। ଏହା Samsung Knox ୱାଲେଟ୍ ସହ ଆସିଥାଏ। ଏଥିରେ ସମ୍ବେଦନଶୀଳ ତଥ୍ୟ ଏବଂ ପିନ୍‌ ପାସୱାର୍ଡକୁ ସୁରକ୍ଷିତ ରଖାଯାଇପାରିବ। ଫୋନରେ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ପ୍ରଦାନ କରାଯାଇଛି।

Samsung Galaxy M55s 5Gର ଦାମ୍‌ ଓ ଅଫର:

ଏହି ସ୍ମାର୍ଟଫୋନ୍‌ ଦୁଇଟି ଷ୍ଟୋରେଜ୍‌ ଅପ୍ସନ ୧୨୮ଜିବି ଓ ୨୫୬ଜିବିରେ ଉପଲବ୍ଧ। ଏଥିସହ ୮ଜିବି ରାମ୍‌ ରହିଛି। ଏହାର ୮ଜିବି+୧୨୮ଜିବି ଭାରିଆଣ୍ଟର ମୂଲ୍ୟ ୧୯, ୯୯୯ ଟଙ୍କା ହୋଇଥିବାବେଳେ ୮ଜିବି+୨୫୬ଜିବି ଭାରିଆଣ୍ଟର ଦାମ୍‌ ୨୨, ୯୯୯ ଟଙ୍କା ରହିଛି। ଫୋନ୍ କ୍ରୟ ଉପରେ ୨୦୦୦ ଟଙ୍କାର ବ୍ୟାଙ୍କ ରିହାତି ଦିଆଯାଉଛି। ଏହାପରେ ୮ଜିବି+୧୨୮ଜିବି ଭାରିଆଣ୍ଟର ମୂଲ୍ୟ କମି ୧୭, ୯୯୯ ଟଙ୍କା ହୋଇଯାଉଛି। ସେହିଭଳି ୮ଜିବି+୨୫୬ଜିବି ଭାରିଆଣ୍ଟର ଦାମ୍‌ ୨୦,୯୯୯ ଟଙ୍କା ହୋଇଯାଉଛି। ଗ୍ରାହକମାନେ ଏହି ଫୋନକୁ ଆମାଜନ, ସାମସଙ୍ଗ ୱେବସାଇଟ୍ ଏବଂ କେତେକ ନିର୍ଦିଷ୍ଟ ଖୁଚୁରା ଷ୍ଟୋର୍‌ରୁ କିଣିପାରିବେ। ୨୬ ସେପ୍ଟେମ୍ବର ୨୦୨୪ରୁ ଫୋନର ବିକ୍ରି ଆରମ୍ଭ ହେବ।

Comments are closed.