www.samajalive.in
Saturday, December 6, 2025
23.1 C
Bhubaneswar

ଅକ୍ଟୋବରରେ ହେବ ଅତ୍ୟନ୍ତ ଶୁଭ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ସଫଳତା..

ଅକ୍ଟୋବର ମାସରେ ସୂର୍ଯ୍ୟ, ମଙ୍ଗଳ ଓ ଶୁକ୍ର ଆଦି ମହତ୍ତ୍ୱପୂର୍ଣ୍ଣ ଗ୍ରହ ରାଶି ପରିବର୍ତ୍ତନ କରିବେ । ସର୍ବ ପ୍ରଥମେ ୧୦ ଅକ୍ଟୋବରରେ ବୁଧ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ୧୩ ଅକ୍ଟୋବରରେ ଶୁକ୍ର ରାଶି ପରିବର୍ତ୍ତନ କରି ବିଛା ରାଶିରେ ପ୍ରବେଶ କରିବେ । ୧୭ ଅକ୍ଟୋବରରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରି ତୁଳା ରାଶିରେ ପ୍ରବେଶ କରିବେ । ୨୦ ଅକ୍ଟୋବରରେ ମଙ୍ଗଳ ରାଶି ପରିବର୍ତ୍ତନ କରି କର୍କଟ ରାଶିରେ ପ୍ରବେଶ କରିବେ।

ଏସବୁ ଗ୍ରହ ରାଶି ପରିବର୍ତ୍ତନ କରିବା ଦ୍ୱାରା ଶୁଭ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ତୁଳା ରାଶିରେ ଶୁକ୍ର ଓ ସୂର୍ଯ୍ୟ ଏକାଠି ହେବା ଦ୍ୱାରା ଶୁକ୍ରାଦିତ୍ୟ ରାଜଯୋଗ ସୃଷ୍ଟି ହେବ । ଏହା ଅତ୍ୟନ୍ତ ଶୁଭ ଯୋଗ ଅଟେ ।

ବାସ୍ତୁ : ବାସ୍‌ ଏହି ଗୋଟିଏ ଜିନିଷ ଘରେ ରହିଲେ, ପାଣି ଭଳି ଖର୍ଚ୍ଚ ହୁଏ ଟଙ୍କା, ରୋଗ ସହ ଅଶାନ୍ତି, କରଜ ଲାଗି ରହେ..

- Advertisement -

ସେହିପରି ଶନି ଗ୍ରହଙ୍କ ଚଳନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ । ୩ ଅକ୍ଟୋବରରେ ୨୦୨୪ରେ ୧୨ଟା ୧୦ ମିନିଟରେ ପୂର୍ବ ଭାଦ୍ରପଦ ନକ୍ଷତ୍ରରୁ ଚଳନ କରିବେ । ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ । ତେବେ ଗ୍ରହଙ୍କ ଏହି ପରିବର୍ତ୍ତନ ପାଇଁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ ଜାଣନ୍ତୁ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅକ୍ଟୋବର ମାସରେ ଖୁବ୍‌ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଚାକିରିରେ ଶୁଭଫଳ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଘର ପରିବାରରେ ହସଖୁସିର ବାତାବରଣ ରହିବ ।

ସିଂହ – ଏହି ରାଶିଙ୍କୁ ମଧ୍ୟ ଖୁବ୍‌ ଲାଭ ମିଳିବ । ଆପଣଙ୍କୁ ହଠାତ୍‌ ଧନ ଲାଭ ହେବ ।ମାନ-ସମ୍ମାନ ବୃଦ୍ଧି ହେବ । ପରିବାର ସହ ହସଖୁସିର ସମୟ ଅତିବାହିତ କରିବେ ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଅନେକ ଲାଭ ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବ୍ୟକ୍ତିଗତ ଜୀବନ ସୁଖମୟ ହେବ । ଶୁଭ ଖବର ମିଳିବ ।

ଜାଣନ୍ତୁ ; ଆଖି ଡେଇଁବା ଶୁଭ, ଅଶୁଭ ନା ଭିଟାମିନ୍‌ର ଅଭାବ..

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories