ଭୁବନେଶ୍ୱର ବ୍ଲକ କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

ଭୁବନେଶ୍ୱର :ଆଜି ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଭୁବନେଶ୍ୱର ବ୍ଲକ କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ବ୍ଲକର ବିଭିନ୍ନ ଆପତ୍ତି ଅଭିଯୋଗ ନେଇ ଆସିଥିବା ଜନସାଧାରଣ ମାନଙ୍କ ର ସମସ୍ୟା ସମାଧାନ ଦିଗରେ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ ଯେ ରାଜ୍ୟ ସରକାର ରାଜ୍ୟ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ଓ ବ୍ଲକ୍ ସ୍ତରରେ ଲୋକମାନେ କିଭଳି ତୁରନ୍ତ ନ୍ୟାୟ ପାଇବେ ସେଥି ପାଇଁ ପ୍ରାଧାନ୍ୟ ଦେଉଛନ୍ତି।

ଏଣୁ କୌଣସି ଅଧିକାରୀଙ୍କ ନିକଟରେ ଯେଭଳି ଅଭିଯୋଗ ସମାଧାନ ରେ ବିଳମ୍ବ ନହୁଏ ସେଥି ପ୍ରତି ସଜାଗ ରହି କାର୍ଯ୍ୟ କରିବା ସହ ନିଷ୍ଠା ଓ ଆନ୍ତରିକତା ସହକାରେ ସେମାନଙ୍କ ପାଖକୁ ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଦେଶିତ ଦରଖାସ୍ତ ଗୁଡ଼ିକୁ ତୁରନ୍ତ ସମାଧାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।ଆଜିର ଅଭିଯୋଗ ପ୍ରକୋଷ୍ଠରେ ମୋଟ ୨୮ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୨୦ ଗୋଟି ବ୍ୟକ୍ତିଗତ, ୭ ଗୋଟି ଗ୍ରାମାଞ୍ଚଳ ସମସ୍ୟା ଜନିତ ଏବଂ ୧ ଗୋଟି ଅଭିଯୋଗର ଜିଲ୍ଲାପାଳ ତତକାଳ ସମାଧାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏସିପି ,ଜୋନ iv, ଭୁବନେଶ୍ୱର, ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା, ସହକାରୀ ଜିଲ୍ଲାପାଳ, ଅଭିଯୋଗ, ଭୁବନେଶ୍ୱରୀ କହଁର, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ ମାନେ ଯୋଗଦେଇ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ।

Comments are closed.