ଓଡ଼ିଶାକୁ କୃଷି ସମୃଦ୍ଧ ରାଜ୍ୟ କରାଯିବ: ସାଂସଦ 

ଜି.ଉଦୟଗିରି: ଆଜି  କୃଷି ଜିଲ୍ଲା କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି  ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଓଡ଼ିଶାକୁ କୃଷି ସମୃଦ୍ଧ ରାଜ୍ୟ କରିବାକୁ ପରାମର୍ଶ ଦେଇଥିଲେ।   କୃଷି ଜିଲା ଅଧିକାରୀ ସୁବାଷ ଚନ୍ଦ୍ର ବେହେରାଙ୍କ ଅଧକ୍ଷାତାରେ ଆୟୋଜିତ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗଦେଇ କନ୍ଧମାଳ ଜିଲା କୃଷି ପ୍ରବଣ ଅଞ୍ଚଳ। ଏଣୁ ବିଭାଗ ଏଥିପ୍ରତି ସଚେତନ ରହି ସରକାରଙ୍କ ସମାସ୍ତ ସୁବିଧା ଠିକ୍ ସମୟରେ ପହଞ୍ଚାଇବାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ। ଦେବସ୍ମିତା ଶତପଥି ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କନ୍ଧମାଳ ତୁଷାର କାନ୍ତୀ ସାମଲ, ଯୋଗଦେଇ କୃଷିର ବିକାଶ ସମ୍ଵନ୍ଧରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ଉପ ବିଭାଗ ଅଧିକାରୀ ଶୁଶାନ୍ତ କୁମାର ନାୟକ ଓ କୃଷି ଅଧିଦର୍ଷକ କାଳୀ ଚରଣ ସାହୁ ପରିଚାଳନା କରିଥିବା ବେଳେ ଧିରେନ ପ୍ରଧାନ ସହଯୋଗ କରିଥିଲେ।

Comments are closed.