www.samajalive.in
Saturday, December 13, 2025
21.1 C
Bhubaneswar

ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଦ୍ବାରା ମୋଟ ରୋଗୀଙ୍କ ସଂଖ୍ୟା ୬୪୪୦ରେ ପହଞ୍ଚିଛି। ସେହିପରି ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ ବଢୁଥିଲେ ହେଁ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ୭ ଦିନ ପୂର୍ବରୁ ରାଜ୍ୟରେ ୫୩୫୭ ଡେଙ୍ଗୁ ଚିହ୍ନଟ ହୋଇଥିଲେ। ମୋଟ ୧,୦୨,୨୬୪ ନମୁନା ପରୀକ୍ଷଣ କରାଯାଇଥିଲା। ଏହାର ସାତ ଦିନ ବାଦ ଅର୍ଥାତ ଗତକାଲି ସୁଦ୍ଧା ଏହି ସଂଖ୍ୟା ୬୪୪୦ରେ ପହଞ୍ଚିଛି।
ସୁନ୍ଦରଗଡରୁ ସର୍ବାଧିକ ୨୧୦୦ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୨୪୯ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ଏହି ସମୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୭ ହଜାର ଉପରେ ରହିଥିଲା। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଅଧିକ ଚିହ୍ନଟ ହେଉଥିବା ଜିଲା ଉପରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories