ପୁରୀରେ ହଣାକଟା, ୩ ଆହତ

ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁରୀ ଗାଣ୍ଡୁଆ ଚଉରା ଛକରେ ରବିବାର ହଣାକଟା ହୋଇଛି। ସେଥିରେ ତିନିଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଇ ଗୋଷ୍ଠୀର ଜଗନ୍ନାଥ ସିଂହାରୀ, ଯାଦବ ପ୍ରତିହାରୀ, ରାଧାମଣୀ ପ୍ରତିହାରୀ ଆହତ ହୋଇଛନ୍ତି। ଚା’ ଦୋକାନଙ୍କ ପାଣି ପକାଇବାକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି।

ଆକ୍ରମଣରେ ଭୁଜାଲି ସମେତ ବିଭିନ୍ନ ମାରଣାସ୍ତ୍ର ବ୍ୟବହାର କରାଯାଇଛି। ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ମୁତୟନ କରାଯାଇଛି। ଦୁଇ ପକ୍ଷର ଅଭିଯୋଗକୁ ଭିତ୍ତିକରି ଟାଉନ୍ ଥାନା ପୁଲିସ ଦୁଇଟି ମାମଲା ରୁଜୁ କରିଛି। ଦୁଇଜଣଙ୍କୁ ଅଟକ ରଖି ପୁଲିସଉଚରା ପଚରି କରୁଛି। ଆହତମାନଙ୍କ ଘର ମଣିକର୍ଣିକା ସାହିରେ। ସୂଚନା ଅନୁଯାୟୀ ଯାଦବଙ୍କ ଘର ସମ୍ମୁଖରେ ଗୋଟିଏ ଚା’ ଦୋକାନ ରହିଛି। ରବିବାର ସଂଧ୍ୟାରେ ଚା ‘ ଦୋକାନୀ ତାଙ୍କ ଘର ସମ୍ମୁଖରେ ପାଣି ପକାଇଥିଲେ। ଯାଦବ ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।

ସେଠାରେ ବସିଥିବା ଜଗନ୍ନାଥ ସିଂହାରୀ ଚା’ ଦୋକାନୀଙ୍କୁ ସମର୍ଥନ କରିଥିଲେ। ତେଣୁ ଯାଦବଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଉଭୟ ପରସ୍ପରକୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଖବର ପାଇ ଯାଦବଙ୍କ ମା’ ରାଧାମଣୀ ସେଠାରେ ପହଞ୍ଚି ଥିଲେ। ଭୁଜାଲି ଆକ୍ରମଣରେ ସେ ଆହତ ହୋଇଥିବା ଜଣାପଡିଛି।

Comments are closed.