www.samajalive.in
Sunday, December 7, 2025
14.1 C
Bhubaneswar

ମାଆ ଗର୍ଭରେ ଶିଶୁ, ଶିଶୁ ପେଟରେ ଶିଶୁ: ଡାକ୍ତରଙ୍କ ମୁଣ୍ଡ ଗୋଲ୍

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଗର୍ଭରେ ଥିବା ଶିଶୁର ଗର୍ଭରେ ମଧ୍ୟ ଏକ ଶିଶୁ ବଢୁଛି। ଅଲଟ୍ରାସାଉଣ୍ଡ କରିବା ପରେ ଡାକ୍ତରମାନେ ଏହା ଜାଣିବାକୁ ପାଇଥିଲେ। ଏବେ ମହିଳା ଜଣକ ଶିଶୁଟିକୁ ଜନ୍ମ ଦେଇ ସାରିଛନ୍ତି। ଏହାକୁ ଡାକ୍ତରୀ ଭାଷାରେ ଫିଟସ୍‌ ଇନ୍‌ ଫିଟୁ କୁହାଯାଏ। ଡାକ୍ତରଙ୍କ କହିବାନୁସାରେ, ଲକ୍ଷ ଲକ୍ଷ ମହିଳାଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏପରି ହୋଇଥାଏ। ଜନ୍ମ ପରେ ନବଜାତକୁ ଜିଲା ଡାକ୍ତରଖାନାର ଏସଏନସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି, ତାକୁ ବଞ୍ଚାଇବା ପାଇଁ ଅସ୍ତ୍ରୋପଚାର କରିବା ବିଷୟରେ ଡାକ୍ତରମାନେ ବିଚାର ବିମର୍ଷ କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାଗର ଜିଲ୍ଲାଲାର ଜଣେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ବିରଳ ଘଟଣା ଦେଖିବାକୁ ଆସିଛି। ବୁନ୍ଦେଲଖଣ୍ଡ ମେଡିକାଲ କଲେଜର ରେଡିଓଲୋଜି ବିଭାଗର ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ଡକ୍ଟର ପିପି ସିଂହ କହିଛନ୍ତି ଯେ, କେସଲି ନିବାସୀ ଜଣେ ଗର୍ଭବତୀ ମହିଳା ତାଙ୍କ ୯ ମାସରେ ପରୀକ୍ଷା ପାଇଁ ଡାକ୍ତରଙ୍କ ଘରୋଇ କ୍ଲିନିକକୁ ଆସିଥିଲେ। ପରୀକ୍ଷା ନିରୀକ୍ଷାରୁ ମହିଳାଙ୍କ ଗର୍ଭରେ ବଢୁଥିବା ନବଜାତ ଶିଶୁ ପେଟରେ ଏକ ଶିଶୁ ଥିବା ସନ୍ଦେହ ହୋଇଥିଲା। ଏହାପରେ ତାଙ୍କୁ ମେଡିକାଲ କଲେଜକୁ ଡକାଯାଇଥିଲା, ଯେଉଁଠାରେ ପରୀକ୍ଷା ସମୟରେ ମହିଳାଙ୍କ ଗର୍ଭସ୍ଥ ଶିଶୁର ପେଟରେ ଅନ୍ୟ ଏକ ଶିଶୁ କିମ୍ବା ଟେରାଟୋମା ଦେଖାଯାଇଥିଲା। ଏହାପରେ ମହିଳାଙ୍କୁ ମେଡିକାଲ କଲେଜରେ ପ୍ରସବ କରିବାକୁ ପରାମର୍ଶ ଦିଆଯାଇଥିଲା, କିନ୍ତୁ ସେ ଆଶାକର୍ମୀଙ୍କ ସହ ଏଠାକୁ ଆସିଥିଲେ। ତେଣୁ ସେ ମହିଳାଙ୍କୁ କେସଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କ ସାଧାରଣ ପ୍ରସବ ହୋଇଛି।

- Advertisement -

ଡାକ୍ତର ପିପି ସିଂହ କହିଛନ୍ତି ଯେ, ଅଲଟ୍ରାସାଉଣ୍ଡ ରିପୋର୍ଟରେ ମହିଳାଙ୍କ ଗର୍ଭସ୍ଥ ଶିଶୁର ପେଟରେ ଏକ ମାଂସ ଟେଳା ଦେଖିବାକୁ ମିଳିଥିଲା। ଆମେ ଡପ୍‌ଲର୍‌ କରି ଦେଖିଲୁ ଯେ, ରକ୍ତ ପ୍ରବାହ ହେଉଛି। ଏଭଳି ସ୍ଥିତିରେ ଫିଟସ୍‌ ଇନ୍ ଫିଟୁର ସମ୍ଭାବନା ସନ୍ଦେହ କରାଯାଇଥିଲା, ଯେଉଁଥିରେ ଶିଶୁ ପେଟରେ ମଧ୍ୟ ଶିଶୁ ଥାଏ। ଚିକିତ୍ସା ଇତିହାସରେ ଏଭଳି ଘଟଣା ବିରଳ ବୋଲି କହିଛନ୍ତି ଡାକ୍ତର ପିପି ସିଂହ। ସେ କହିଛନ୍ତି, ଏପର୍ଯ୍ୟନ୍ତ ବିଶ୍ୱରେ କେବଳ ୨୦୦ଟି ଏଭଳି ଘଟଣା ରିପୋର୍ଟ ହୋଇଛି, ଯାହା ଲିଟରେଚରରେ ଅନଲାଇନ ଉପଲବ୍ଧ। ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଏପରି ଘଟଣା ଦେଖିଲି।

ଡାକ୍ତର ଆହୁରି କହିଛନ୍ତି ଯେ, ଗର୍ଭବତୀ ମହିଳା ସାଧାରଣ ପ୍ରସବ ମାଧ୍ୟମରେ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁକନ୍ୟାର ସିଟି ସ୍କାନ କରାଯାଇଛି। ଯେଉଁଥିରେ ତା’ର ପେଟରେ ଶିଶୁ ଥିବାର ସମ୍ଭାବନା ଅଧିକ ରହିଛି। ଟେରାଟୋମାର ସମ୍ଭାବନା କମ୍ ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories