www.samajalive.in
Friday, December 5, 2025
23.1 C
Bhubaneswar

ଖୁବଶୀଘ୍ର ବ୍ୟବହାର ହେବ ଇଚ୍ଛାମୃତ୍ୟୁ ମେସିନ୍‌: ବଟନ୍‌ ଦବାଇଲେ ଚାଲିଯିବ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ଜ୍ୟୁରିକ୍‌: ସ୍ଵିଜରଲାଣ୍ଡରେ ପ୍ରଥମ ଥର ପାଇଁ ଇଚ୍ଛାମୃତ୍ୟୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ବଡ଼ ତଥା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଲୋକଙ୍କ ଇଚ୍ଛାମୃତ୍ୟୁ ପାଇଁ ଏଠାରେ ସ୍ଥାନାନ୍ତର କରି ହେଉଥିବା ଏକ ମେସିନ୍ ତିଆରି କରାଯାଇଛି, ଯେଉଁଥିରେ କୌଣସି ଡାକ୍ତରୀ ତଦାରଖ ବିନା ମୃତ୍ୟୁ ହୋଇପାରିବ। ସର୍‌କୋ କ୍ୟାପ୍ସୁଲ ନାମକ ଏହି ମେସିନ ୨୦୧୯ରେ ତିଆରି କରାଯାଇଥିଲା। ଏଥିରେ ଅମ୍ଳଜାନ ଯବକ୍ଷାରଜାନରେ ପରିଣତ ହୋଇଯାଏ, ଫଳରେ ବ୍ୟକ୍ତିର ମୃତ୍ୟୁ ହୋଇଯାଏ। ଏହାକୁ ବ୍ୟବହାର କରିବା ପାଇଁ ମାତ୍ର ୨୦ ଡଲାର ଖର୍ଚ୍ଚ ହୋଇଥାଏ। ସ୍ଵିଜରଲାଣ୍ଡରେ ଖୁବଶୀଘ୍ର ଏହାକୁ ପ୍ରଥମ ଥର ପାଇଁ ବ୍ୟବହାର କରାଯିବ ବୋଲି ବୁଧବାର ସୂଚନା ମିଳିଛି।

ଚୀନ୍‌ରେ ବଡ଼ ଅଘଟଣ: ସପିଂ ମଲ୍‌ରେ ନିଆଁ ଲାଗି ୧୬ ମୃତ

- Advertisement -

ଲାଷ୍ଟ ରିସୋର୍ଟ ସଂଗଠନ କହିଛି ଯେ, ସ୍ୱିଜରଲ୍ୟାଣ୍ଡରେ ଏହାର ବ୍ୟବହାର ଉପରେ କୌଣସି ପ୍ରତିବନ୍ଧକ ନାହିଁ, କାରଣ ଏଠାକାର ଆଇନ ଇଚ୍ଛାମୃତ୍ୟୁ ଅନୁମତି ଦେଇଥାଏ। ଲାଷ୍ଟ ରିସୋର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଫ୍ଲୋରିୟନ ଓ୍ବିଲେଟ୍ କହିଛନ୍ତି, ‘‘ବହୁତ ଲୋକ ଆମକୁ ସର୍‌କୋ ବ୍ୟବହାର କରିବାକୁ କହୁଛନ୍ତି ଏବଂ ଏହା ଖୁବଶୀଘ୍ର ଘଟିବ।’’

ସମ୍ପୂର୍ଣ୍ଣ ପ୍ରକ୍ରିୟା:

ଇଚ୍ଛାମୃତ୍ୟୁ ଚାହୁଁଥିବା ବ୍ୟକ୍ତିଙ୍କୁ ପ୍ରଥମେ ତାଙ୍କ ମାନସିକ କ୍ଷମତାର ମାନସିକ ରୋଗ ମୂଲ୍ୟାଙ୍କନ କରାଇବାକୁ ପଡ଼ିବ। ଏହାପରେ ବ୍ୟକ୍ତିଙ୍କୁ ଏହି ମେସିନ୍‌ ଭିତରେ ରଖାଯିବ ଏବଂ ଏହାର ଢାଙ୍କୁଣୀ ବନ୍ଦ କରି ଦିଆଯିବ। ଏହି ସମୟରେ ତାଙ୍କୁ କିଛି ପ୍ରଶ୍ନ ପଚରାଯିବ, ଯେମିତିକି ଆପଣ କିଏ, ଆପଣ କେଉଁଠି ଇତ୍ୟାଦି। ତାଙ୍କୁ ଏହା ମଧ୍ୟ ପଚରାଯିବ ଯେ, କ’ଣ ଆପଣ ଜାଣନ୍ତି କି ବଟନ୍ ଦବାଇଲେ କ’ଣ ହେବ? ସର୍‌କୋର ଉଦ୍ଭାବକ ଫିଲିପ୍ ନିଟ୍‌ସ୍କେ କହିଛନ୍ତି, ‘‘ଯଦି ଆପଣ ମରିବାକୁ ଚାହାନ୍ତି ତେବେ ପ୍ରୋସେସରରୁ ଏକ ସ୍ୱର ଆସିବ, ଏହି ବଟନ୍ ଦବାନ୍ତୁ।’’ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବ୍ୟାଖ୍ୟା କରି ସେ କହିଛନ୍ତି, ଥରେ ବଟନ୍ ଦବାଇଲେ ପ୍ରୋସେସରରେ ଅମ୍ଳଜାନ ସ୍ତର ୨୦ ପ୍ରତିଶତରୁ ୦.୦୫ ପ୍ରତିଶତକୁ ଖସିଯିବ। ଏହା ଘଟିବାକୁ କେବଳ ୩୦ ସେକେଣ୍ଡ ସମୟ ଲାଗିବ। ପ୍ରୋସେସରରେ ଅମ୍ଳଜାନ ସ୍ତର ହ୍ରାସ ହେବା ମାତ୍ରେ  ଭିତରେ ଥିବା ବ୍ୟକ୍ତି ଚେତାଶୂନ୍ୟ ହୋଇଯିବେ। ମୃତ୍ୟୁର ପାଞ୍ଚ ମିନିଟ୍ ପୂର୍ବ ପର୍ଯ୍ୟନ୍ତ ସେ ଚେତାଶୂନ୍ୟ ରହିବେ। ଫିଲିପ୍ ନିଟ୍‌ସ୍କେ କହିଛନ୍ତି ଯେ, ଥରେ ବଟନ୍ ଦବାଇଲେ ଏହାକୁ ଆଉ ଫେରାଇ ନିଆଯାଇପାରିବ ନାହିଁ।

ତେବେ ଏହି ମେସିନ ବ୍ୟବହାରକାରୀ ପ୍ରଥମ ବ୍ୟକ୍ତି କିଏ ହେବେ, ବର୍ତ୍ତମାନସୁଦ୍ଧା ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ନିର୍ଜନ ସ୍ଥାନ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଏହା ବ୍ୟବହୃତ ହେବ ବୋଲି କୁହାଯାଇଛି।

 

 

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories