www.samajalive.in
Saturday, December 6, 2025
19.1 C
Bhubaneswar

ପାଣି ବାହାର ନକରି ପାଣିଟାଙ୍କି ସଫା କରିବାର ସହଜ ଓ ଦେଶୀ ଉପାୟ, ଦେଖନ୍ତୁ ଭିଡିଓ..

ସମାଜ ଡିଜିଟାଲ ଡେସ୍କ: ପାଣି ବାହାର ନକରି ପାଣି ଟାଙ୍କି ସଫା କରିବାର ଜବରଦସ୍ତ ଦେଶୀ ଉପାୟ। ଥରୁଟିଏ ନଜର ପକାନ୍ତୁ ତଳେ ଦିଆଯାଇଥିବା ଭିଡିଓ ଉପରେ। ଏହାକୁ ଦେଖି ଆପଣ ମଧ୍ୟ କହିବେ ବାଃ! କି ଅଦ୍ଭୁତ ଦେଶୀ ଜୁଗାଡ଼..। ସାମାଜିକ ଗଣମାଧ୍ୟମରେ ପ୍ରତିଦିନ ଦେଶୀ ଜୁଗାଡ଼ର ଅନେକ ଭାଇରାଲ୍ ଭିଡିଓ ଦେଖିବାକୁ ମିଳିଥାଏ। ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ପାଣି ବାହାର ନ କରି ପାଣି ଟାଙ୍କି ସଫା କରିବାର ଜବରଦସ୍ତ ଉପାୟ ବିଷୟରେ କହିଛନ୍ତି।

ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ଭିଡିଓ ଭର୍ତ୍ତି ହୋଇ ରହିଛି। ତନ୍ମଧ୍ୟରୁ ଅନେକ ଭିଡିଓ ଘରେ ଆମର ବହୁତ କାମରେ ଲାଗିଥାଏ। ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଘର ଛାତ ଉପରେ ରଖାଯାଇଥିବା ପାଣି ଟାଙ୍କିକୁ ବିନା ପାଣି ବାହାର କରି ସଫା କରିବାର ସହଜ ଉପାୟ ବିଷୟରେ କହିଛନ୍ତି। ଆସନ୍ତୁ ଜାଣିବା ସେହି ସହଜ ଉପାୟ ବିଷୟରେ..

- Advertisement -

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ବ୍ୟକ୍ତି ଜଣକ ଏହି ଜୁଗାଡ଼ ପାଇଁ ପାଣି ଭରିବା ପାଇପ୍, ଏକ ପିୟୁସି ପାଇପ୍ ଏବଂ କଟା ବୋତଲର ସାହାଯ୍ୟ ନେଇଛନ୍ତି। ଏହାକୁ ଏପରି ଭାବେ ତିଆରି କରାଯାଇଛି, ଯେପରିକି ଟାଙ୍କିରେ ପାଣି ଥାଇ ମଧ୍ୟ ଜମା ହୋଇଥିବା ମାଟି ଏବଂ ମଇଳାକୁ ସହଜରେ ସଫା କରିପାରିବେ।

ବ୍ୟକ୍ତି ଜଣକ ପ୍ରଥମେ ପିୟୁସି ପାଇପ୍‌ର ଗୋଟିଏ ପଟେ କଟା ବୋତଲ ଏବଂ ଅନ୍ୟପଟେ ପାଣି ଭରିବା ପାଇପ୍‌କୁ ଯୋଡ଼ିଛନ୍ତି। ତା’ପରେ କଟା ବୋତଲ ଭିତରେ ପାଣି ଭର୍ତ୍ତି କରି ପ୍ରଥମ ଥର ପାଇପ୍‌ ପଟେ ବାହାର କରିଦେଲେ। ଏହାପରେ ପାଇପ୍‌ର ମୁହଁକୁ ମୋଡ଼ି ବନ୍ଦ କରିଦେଇ ଆଉ ଥରେ କଟା ବୋତଲରେ ପାଣି ଭର୍ତ୍ତି କରି ତାହାକୁ ଚାପ ପ୍ରୟୋଗ କରି ପାଣି ଟାଙ୍କିରେ ପକାଇଲେ। ତା’ପରେ ଧିରେଧିରେ ସେଥିରେ ମଇଳାକୁ ସଫା କଲେ। କଟା ବୋତଲ ପଟେ ସବୁ ମଇଳା ଟାଣି ହୋଇ ଆସି ପଛରେ ଲାଗିଥିବା ପାଇପ୍ ବାଟ ଦେଇ ବାହାରି ଯାଉଛି। ପରେ ସେ ପାଇପ୍ ବାଟେ ବାହାରୁଥିବା ଅପରିଷ୍କାର ପାଣିକୁ ମଧ୍ୟ ଦେଖାଇଛନ୍ତି।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories