www.samajalive.in
Monday, December 8, 2025
14.1 C
Bhubaneswar

ଏହି ଏସି ଲଗାଇଲେ ଜମା ଆସିବନି ବିଜୁଳି ବିଲ୍ ; ଜାଣନ୍ତୁ ଦାମ୍..

ରାଜ୍ୟ ତଥା ସାରା ଦେଶରେ ପ୍ରବଳ ଖରା ଓ ଗରମ ଅନୁଭୂତ ହେଉଛି। ଲୋକେ ଆଶ୍ୱସ୍ତି ପାଇବା ପାଇଁ ଏସି ଓ କୁଲର ବ୍ୟବହାର କରି ଥାଆନ୍ତି। ମାତ୍ର ଏସବୁର ବ୍ୟବହାର ଦ୍ୱାରା ବିଜୁଳି ବିଲ୍ ଅଧିକ ଆସିଥାଏ।
ଅର୍ଥାତ ଗରମ ଓ ବିଜୁଳି ବିଲ୍ ଉଭୟ ସାଧାରଣ ଜନତା ପାଇଁ ଚିନ୍ତାର କାରଣ। ଏସବୁ ସମସ୍ୟା ମଧ୍ୟରେ ସୋଲାର ଏସି ଉପରେ ଆପଣ ଚିନ୍ତା କରି ପାରିବେ। ଯାହା ଏକ ଉତ୍ତମ ବିକଳ୍ପ।
ଏହାର ବ୍ୟବହାର ଦ୍ୱାରା ବିଜୁଳି ବିଲ୍ କମ୍ ହେବା ସହ ଗରମରୁ ଆଶ୍ୱସ୍ତି ମିଳିବ। ବଜାରରେ ସୋଲାର ଏସି କମ୍ ପରିମାଣରେ ମିଳୁଛି।

ଜୁନ୍ ୨୦୨୪; ୫ ଗ୍ରହଙ୍କ ରାଶି ପରିବର୍ତ୍ତନ, ୫ରାଶିଙ୍କ ପୂରା ବଦଳି ଯିବ ଭାଗ୍ୟ, ସବୁ ଇଚ୍ଛା ହେବ ପୂରଣ..

- Advertisement -

କିଛି ସ୍ୱତନ୍ତ୍ର କମ୍ପାନୀ ସୋଲାର ଏସି ଉପରେ କାର୍ଯ୍ୟ କରୁଛନ୍ତି। ହାୟର ମଧ୍ୟ ସୋଲାର ଏସି ଉପରେ କାର୍ଯ୍ୟ କରୁଛନ୍ତି। ମାତ୍ର କମ୍ପାନୀ ଏପର୍ଯ୍ୟନ୍ତ ପ୍ରଡକ୍ଟ ଲଞ୍ଚ କରି ନାହିଁ। ନେକ୍ସସ ସୋଲାର ଏନର୍ଜି ନିକଟରେ ଏଭଳି କିଛି ବିକଳ୍ପ ରହିଛି।
କମ୍ପାନୀ ନିଜ ୱେବସାଇଟରେ ୱିଣ୍ଡୋ ଓ ସ୍ପ୍ଲିଟ୍ ଉଭୟ ପ୍ରକାରର ଏସି ବିକଳ୍ପ ରେଜିଷ୍ଟର କରିଛି। ଏହି ଏସିର ମୂଲ୍ୟ ୩୪,୫୪୬ ଟଙ୍କାରୁ ଆରମ୍ଭ। କମ୍ପାନୀର ସ୍ପ୍ଲିଟ୍ ଏସି ସ୍ମାର୍ଟ କନେକ୍ଟିଭିଟି ସହ ଆସୁଛି। ଫୋନ୍ ଦ୍ୱାରା ମଧ୍ୟ ଏହାକୁ ବ୍ୟବହାର କରି ପାରିବେ।
କମ୍ପାନୀ ଅନୁଯାୟୀ, ଏଥିରେ ଏଆଇ ଫିଚର୍ ଦିଆଯାଇଛି। ସୋଲାର୍ ଏସି ବ୍ୟବହାରକାରୀଙ୍କ ଆବଶ୍ୟକତା ଅନୁଯାୟୀ, ଚୟନ କରିଥାଏ ଓ କାର୍ଯ୍ୟ କରିଥାଏ।
ଏଥିରେ ବାୟୁ ବିଶୁଦ୍ଧିକରଣ ଉପକରଣ ରହିଛି, ଯାହାଦ୍ୱାରା ବ୍ୟବହାରକାରୀଙ୍କୁ ଶୁଦ୍ଧ ବାୟୁ ମିଳି ପାରିବ। ଏଥିରେ ଏକରୁ ଅଧିକ ଫିଲ୍ଟର ଦିଆଯାଉଛି। ଯାହା ଦ୍ୱାରା ବ୍ୟବହାରକାରୀଙ୍କୁ ଭଲ ପବନ ମିଳିବ।
କମ୍ପାନୀ ୧ ଟନ୍, ୨ ଟନ୍ କ୍ଷମତା ବିଶିଷ୍ଟ ସ୍ପ୍ଲିଟ୍ ସୋଲାର ଏସି ବିକ୍ରି କରୁଛି। ଯାହାର ମୂଲ୍ୟ ୩୫,୭୧୮ ଟଙ୍କା ଓ ୪୧, ୮୧୨ ଟଙ୍କା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories