ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ସାଲେପୁର: ସାଲେପୁର ଥାନା ଅନ୍ତର୍ଗତ ସଉରୀ ପଞ୍ଚାୟତ ଅଲ୍ଲିପୁର ଗ୍ରାମର ମନୋଜ ସାମଲ (୨୭) ଓ ତାଙ୍କ ନାବାଳିକା ପ୍ରେମିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମନୋଜଙ୍କ ପିତା ପବିତ୍ର କହିଛନ୍ତି ଯେ, ଶୁକ୍ରବାର ସନ୍ଧ୍ୟାରେ ପୁଅ ବାଇକ ଧରି ଘରୁ ଯାଇ ଫେରିନଥିଲା। ବାଇକ୍‌ଟି ଶିଶୁଆ ପଞ୍ଚାୟତ ନାଳିଆମୁହଁ ନିକଟରେ ଥିବା ଜଣାପଡ଼ିଥିଲା। ମନୋଜ କେଉଁଠି ଥିଲା ତାହା ଜଣାପଡ଼ିନଥିଲା। ପରଦିନ ସକାଳୁ ପୁଣି ପବିତ୍ର ନାଳିଆମୁହଁ ଆଡ଼େ ଯିବାବେଳେ ଏକ ଚାକୁଣ୍ଡା ଗଛରେ ମନୋଜ ଓ ନାବାଳିକାକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ମନୋଜ ବିବାହିତ ଏବଂ ତାଙ୍କର ୩ ବର୍ଷର ପୁତ୍ର ସନ୍ତାନ ରହିଛି।

Comments are closed.