ଆଦିବାସୀ ମହିଳାଙ୍କ ଦ୍ୱାରା ଗଠିତ ଜାଗରଣ ଉତ୍ପାଦକ କମ୍ପାନୀର ସାଧାରଣ ପରିଷଦ ବୈଠକ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଆଦିବାସୀ ମହିଳାଙ୍କ ଦ୍ୱାରା ଗଠିତ ଜାଗରଣ ଉତ୍ପାଦକ କମ୍ପାନୀ ପ୍ରାଇଭେଟ ଲିଃ ର ଷଷ୍ଠ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସରକାରୀ କଲ୍ୟାଣ ମଣ୍ଡପରେ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ସାବିତ୍ରୀ ପରଜାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱାଇ କୁଲେସିକା ଯୋଗଦେଇ ଉଦଘାଟନ କରିଥିଲେ।

ସମ୍ମାନୀତ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ସୁର୍ଯ୍ୟକାନ୍ତ ନାହାକ, ସିୱାଇଏସଡି ର ଦକ୍ଷୀଣାଚଂଳ ମୁଖ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ବୋର୍ଡ଼ ସଦସ୍ୟ ସନାରୀ ମିଣିଆକା, ୱାସନର ତିନିଜ ଜଣ ଜିଲା ସଂଯୋଜକ ଅଭିଷେକ ସିଂ, ସମୀର ବେବର୍ତା, ଚରଣ ଟୁଡ଼ୁ ପ୍ରମ୍ମୁଖ ଯୋଗ ଦେଇଥିଲେ। ଲକ୍ଷ୍ମୀପୁର ବ୍ଲକରେ ଆଦିବାସୀ ମହିଳା ମାନେ ବ୍ୟବସାୟ କରି ଲାଭବାନ ହୋଇ ପାରୁଥିବାରୁ ପଂଚାୟତ ସମିତି ଅଧ୍ୟକ୍ଷା ଖୁଶି ବ୍ୟକ୍ତ କରିଥିଲେ।

ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସଚ୍ଚିଦାନ ହିକକା ବିବରଣୀ ପାଠ କରିଥିବା ବେଳେ ସିୱାଇଏସଡି ର ବ୍ଲକ ସଂଯୋଜକ ଚ୍ଚିତରଞ୍ଜନ ଗୌଡ଼ ଧନବାଦ ଅର୍ପଣ କରିଥିଲେ। ଏଥିରେ ଟିମା ମିଣିଆକାଙ୍କ, ଶ୍ୟାମଘନ ବିଷୋଇ, ନିରଞ୍ଜନ ମାଣ୍ଡିଙ୍ଗା, ରାଜେଶ ସାହୁ ପ୍ରମୁଖ ସହଯାଗ କରିଥିଲେ।

ସୂଚନା ଯୋଗ୍ୟ ଆଦିବାସୀ ମାନଙ୍କ ଆର୍ଥିକ ବିକାଶ ସହିତ ସେମାନଙ୍କୁ ସ୍ୱାବଲମ୍ବି କରିବା ନିମନ୍ତେ ଗ୍ରାମାଚଂଳର ୬୫ ଟି ଆଦିବାସୀ ଉତ୍ପାଦକ ଦଳକୁ ନେଇ ୯ ଶହରୁ ଅଧିକ ଆଦିବାସୀ ମହିଳା ସଦସ୍ୟ ମାନଙ୍କୁ ନେଇ ୨୦୧୯ ରେ ଜାଗରଣ ଉତ୍ପାଦକ କମ୍ପାନୀ ପଞ୍ଜିକୃତ ହୋଇଥିଲା। ସମସ୍ତେ ୨ ଶହ ଟଙ୍କା ଲେଖା ଅଂଶ ଧନଦେଇ ସଦସ୍ୟ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ପାଖାପାଖା ୧୬ ଲକ୍ଷ ଟଙ୍କା ଏମାନେ ଆୟ କରିଥିବା କୁହାଯାଇଛି। ଏମାନେ ମାଣ୍ଡିଆ, ସୁୃଆଁ , ହଳଦୀ ସହିତ ଫୁଲଝାଡ଼ୁ ତେନ୍ତୁଲି ଆଦି ସଂଗ୍ରହ କରି ସେଗୁଡ଼ିଗୁ ବିକ୍ରିବଟା କରୁଛନ୍ତି।

Comments are closed.