www.samajalive.in
Monday, December 8, 2025
14.1 C
Bhubaneswar

ପରିବର୍ତ୍ତନରସୂତ୍ରଧର ହେଉଛନ୍ତି ପ୍ରଗତିଶୀଳ ଲେଖକ : ବାଚସ୍ପତି

ଭୁବନେଶ୍ୱର: ସମାଜକୁ ପରିବର୍ତ୍ତନକରିବା କ୍ଷେତ୍ରରେକବି, ଲେଖକ ଓ ସାରସ୍ୱତ ସାଧକମାନଙ୍କର ଭୂମିକାଗୁରୁତ୍ୱପୂର୍ଣ୍ଣ। ପାରମ୍ପରିକ ଚିନ୍ତାଧାରାରୁ ବାହାରକୁ ଯାଇ ଯେତେବେଳେ ଲେଖକ ଲେଖନୀ ଚାଳନାକରେ, ସେତେବେଳେ ତାକୁ ପ୍ରଗତିଶୀଳ ଲେଖକ ବୋଲି କୁହାଯାଏ।  ସାମାଜିକଜୀବନରେ ଅନେକ ପ୍ରକାର ପ୍ରସଙ୍ଗରହିଛିଏବଂ ସେଗୁଡ଼ିକମଧ୍ୟରୁ ଅନେକରସଂସ୍କାରକିମ୍ବା ପରିବର୍ତ୍ତନଆବଶ୍ୟକ । ଏହି ପରିବର୍ତ୍ତନରସୂତ୍ରଧର ହେଉଛନ୍ତି ପ୍ରଗତିଶୀଳ ଲେଖକ ବୋଲି ବାଚସ୍ପତି  ସୁରମା ପାଢ଼ୀ ପ୍ରକାଶକରିଛନ୍ତି।

ଆଜି ନିଖିଳ ଓଡ଼ିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ୨୪ତମ ବାର୍ଷିକ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବାଚସ୍ପତି ପାଢ଼ୀ କହିଲେ ଯେ ପ୍ରଗତିଶୀଳ ଲେଖକ ଗୋଷ୍ଠୀ ସମାଜର ଦିଗ୍‌ଦର୍ଶକ ଏବଂ ସମାଜର ଶୁଭଚିନ୍ତକ। ସେମାନଙ୍କର କଲମ ମୂନ ବଜ୍ରଠାରୁ ମଧ୍ୟ ଶକ୍ତ । ସମୟକୁ ନେଇ ପରିବର୍ତ୍ତନ ସାମାଜିକ ଜୀବନକୁ ମଧୁମୟ କରେ। ଏ କ୍ଷେତ୍ରରେ ଜଣେ ଲେଖକ ସାଧାରଣ ମଣିଷଠାରୁ ଅଲଗା ଏବଂ ଭିନ୍ନ ଧରଣର ଚିନ୍ତାକରେ। ଆମର ପ୍ରଗତିକୁ ସ୍ୱାଗତ କରିବାକୁ ପଡ଼ିବ । ବର୍ତ୍ତମାନ ସମାଜର ଅନେକ କ୍ଷେତ୍ରରେ ପ୍ରଗତି ଏବଂ ପରିବର୍ତ୍ତନର ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ଲେଖକମାନେ ବିଭିନ୍ନ ପ୍ରକାରର ଗଣମାଧ୍ୟମର ଉପଯୋଗ କରିବା ସହ ଏକ ନୂତନ ରାଷ୍ଟ୍ର ଗଠନ ଦିଗରେ ଦିଗଦର୍ଶନ ଦେବେ ବୋଲି ଶ୍ରୀମତୀ ପାଢ଼ୀ ଆଶା ପ୍ରକାଶ କରିଥିଲେ ।

- Advertisement -

ମହାସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭୁବନେଶ୍ୱର(ଏକାମ୍ର) ବିଧାୟକ ବାବୁ ସିଂ କହିଲେ ଯେ ପ୍ରଗତିଶୀଳ ଲେଖକମାନେ ଦେଶ ଓ ଜାତିକୁ ଆଗେଇ ନେବାରେ ସହାୟକ ହୋଇ ପାରିବେ । ପ୍ରଗତି ବିନା ଉନ୍ନତି ଓ ସମୃଦ୍ଧି କଷ୍ଟକର । କଲମ ମୂନର ଧାର, ଖଣ୍ଡାର ଧାରଠାରୁ ଆହୁରି ଶାଣିତ । ଏକନିଶାମୁକ୍ତ ତଥା ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ଦିଗରେ ପ୍ରଗତିଶୀଳ ଲେଖକମାନେ ଆଗେଇ ଆସିବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ଜଗନ୍ନାଥ ପ୍ରଧାନ କହିଲେ ଯେ ଲେଖକମାନେ ହେଉଛନ୍ତି ସମାଜର ଦିଗ୍‌ଦର୍ଶକ । ସମାଜ ଗଠନ ଦିଗରେ ଲେଖକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଲେଖକମାନେ ନୂତନ ଚିନ୍ତା, ଆଭିମୁଖ୍ୟ ଓ ଲକ୍ଷ୍ୟ ନେଇ ସମାଜରେ ପରିବର୍ତ୍ତନ ଆଣିପାରିବେ । ଲେଖା ଓ ଲେଖକର ସବୁବେଳେ ଗୁରୁତ୍ୱ ରହିଛି ବୋଲି ସେ ପ୍ରକାଶ କରିଥିଲେ ।

ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ସାପ୍ତାହିକ ସମ୍ବାଦପତ୍ର ‘ଉନ୍ନତି ପଥେ’ର ସଂପାଦକଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଅନୁଷ୍ଠାନରଉପସଭାପତିଶ୍ରୀ ପ୍ରଭାତ ବେଉରା, ବରିଷ୍ଠସାମ୍ବାଦିକଶ୍ରୀସନତମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରଗତିଶୀଳ ଲେଖକମାନଙ୍କର ଆଭିମୁଖ୍ୟ ଓ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ। ସଂପାଦକ  କଣ୍ଡୁରୀ ଚରଣ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ନୃସିଂହନନ୍ଦ ମହାପାତ୍ରଙ୍କ ରଚିତ ‘ହିମାଳୟର ବୈଦିକ ମନ୍ତ୍ରବାଣୀ’, ଉପେନ୍ଦ୍ର ନାଥ ବଳିୟାରସିଂଙ୍କ ‘ପ୍ରଭୁ ଯାହା କୁହନ୍ତି’ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ଏହି ଉତ୍ସବରେ କବି କୁଞ୍ଜବିହାରୀ ପାଢ଼ୀ,  ନୃସିଂହନନ୍ଦ ମହାପାତ୍ର, ଉପେନ୍ଦ୍ର ନାଥ ବଳିୟାରସିଂ,  ପ୍ରତିମା ମିଶ୍ର, ଶେଖ ଅବ୍‌ଦୁଲ୍‌ କୁଶୁଦ୍‌,  ସାଧନା ପଣ୍ଡା, ବରିଷ୍ଠ ସାମ୍ବାଦିକ ପପୁ ମହାନ୍ତି, ସୌଭାଗ୍ୟ ନାୟକ, ଅଧ୍ୟାପକ ସନ୍ତୋଷ କୁମାର ତି୍ରପାଠୀ, ବିପ୍ଳବ ସାମନ୍ତରାୟ, ଗୋଲକ ବିହାରି ପରିଡ଼ା, ସୁକାନ୍ତ ବିଶ୍ୱାଳ,  ଗୌରୀ ପାଢ଼ୀ, ଅରବିନ୍ଦ ପ୍ରଧାନ, ବିନୋଦ ବେହେରା, ବିବେକାନନ୍ଦ ବାରିକ, ଦାନିସ୍‌ ପ୍ରଧାନ ଓ ପୂଜା ହେମ୍ବ୍ରମ୍‌ ପ୍ରମୁଖ ୧୮ ଜଣଙ୍କୁସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଦ୍ୱିତୀୟ ଅଧିବେଶନରେ କବି ରକ୍ଷକ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କବିତା ପାଠୋତ୍ସବରେ ଶତାଧିକ କବି କବିତା ପାଠ କରିଥିବାବେଳେ ଶିଳ୍ପୀ ବେଣୁ ପତିହାରୀ ଓ ଅଧ୍ୟାପିକା ସୌଦାମିନୀ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କବି ଗୋଲକ ବିହାରୀନାୟକ ଓ ପ୍ରଭାବରଞ୍ଜନ ଦାସ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories